ସିବିଆଇ ଜାଲରେ କେନ୍ଦ୍ରୀୟ କର୍ମଚାରୀ : ୧୫ହଜାର ଟଙ୍କା ଲାଞ୍ଚ ନେବାବେଳେ ହେଲେ ଗିରଫ

136

କନକ ବ୍ୟୁରୋ : ସିବିଆଇ ଜାଲରେ କେନ୍ଦ୍ରୀୟ କର୍ମଚାରୀ । ଲାଞ୍ଚ ଅଭିଯୋଗରେ ଜନଔଷଧି ବିଭାଗର ଫାର୍ମାସ୍ୟୁଟିକାଲ ଆଣ୍ଡ ମେଡିକାଲ ଡିଭାଇସେସ ବ୍ୟୁରୋ ଅଫ୍ ଇଣ୍ଡିଆ ବା ପିଏମବିଆଇର ମାର୍କେଟିଂ ଅଫିସର ସ୍ୱରୂପ ପଣ୍ଡାଙ୍କୁ ଗିରଫ କରିଛି ସିବିଆଇ । ବ୍ରହ୍ମପୁରର ହରେକୃଷ୍ଣ ନଗରରେ ଜଣେ ବ୍ୟବସାୟୀଙ୍କ ଠାରୁ ପ୍ରଧାନମନ୍ତ୍ରୀ ଜନଔଷଧି କେନ୍ଦ୍ର ପାଇଁ ଲାଇସେନ୍ସ ପ୍ରଦାନ କରିବା ନିମନ୍ତେ ୧୫ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭୁବନେଶ୍ୱର ସିବିଆଇ ଜୋନାଲ୍ ୟୁନିଟ୍ ତାଙ୍କୁ ଧରିଛି ।

ସୂଚନା ଅନୁସାରେ, କେନ୍ଦ୍ର ସରକାରଙ୍କ ଫାର୍ମାସ୍ୟୁଟିକାଲ ଫର୍ଟିଲାଇଜର ମନ୍ତ୍ରାଳୟର ଜନଔଷଧି ପରିଯୋଜନାରେ ଜେନେରିକ ଔଷଦ ବିକ୍ରି ପାଇଁ ବିଭିନ୍ନ ସ୍ଥାନରେ ପ୍ରଧାନମନ୍ତ୍ରୀ ଜନଔଷଧି କେନ୍ଦ୍ର ଖୋଲାଯାଉଛି । ପ୍ରଧାନମନ୍ତ୍ରୀ ଜନଔଷଧି କେନ୍ଦ୍ର କରିବା ପାଇଁ ବ୍ରହ୍ମପୁରର ଦିବାକର ନାମକ ଜଣେ ବ୍ୟକ୍ତି ଆବେଦନ କରିଥିଲେ । ଏଥିପାଇଁ ପିଏମବିଆଇର ମାର୍କେଟିଂ ଅଫିସର ତାଙ୍କୁ ୧୫ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଏ ନେଇ ଦିବାକର ସିବିଆଇ ନିକଟରେ ଅଭିଯୋଗ କରିଥିଲେ । ଯୋଜନା ମୁତାବକ ସିବିଆଇ ଅଧିକାରୀ ଏକେ ନନ୍ଦଙ୍କ ନେତୃତ୍ୱରେ ଭୁବନେଶ୍ୱର ୟୁନିଟର ଏକ ଟିମ୍ ହରେକୃଷ୍ଣନଗରରେ ଥିବା ସ୍ୱରୂପଙ୍କ ଘରେ ଚଢ଼ାଉ କରିଥିଲା ।