ରାଜ୍ୟର ବିଭିନ୍ନ ସ୍ଥାନରରେ ଆଜାଦୀ କା ଅମୃତ ମହୋତ୍ସବ ପାଳନ। ତ୍ରିରଙ୍ଗା ଯାତ୍ରା କରୁଛନ୍ତି ସାଧାରଣ ଜନତା।

61

କନକ ବ୍ୟୁରୋ:  ବରଗଡ଼ରେ ଆଜାଦୀ କି ଅମୃତ ମହୋତ୍ସବ ଅବସରରେ ବିକାଶ ଗ୍ରୁପ ତରଫରୁ ୧ ହଜାର ଫୁଟ ଲମ୍ବର ତ୍ରିରଙ୍ଗା ଯାତ୍ରା ଆୟୋଜିତ ହୋଇଛି । ସ୍ଥାନୀୟ ଲେଙ୍ଗୁ ମିଶ୍ର ଛକରୁ ଶୋଭାଯାତ୍ରା ବାହାରି ବରଗଡ଼ ସହର ପରିକ୍ରମା କରିଛନ୍ତି ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀ । ବିକାଶ ଗ୍ରୁପର ଅଧ୍ୟକ୍ଷ ଓ ପୂର୍ବତନ ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ଶୋଭାଯାତ୍ରାର ଶୁଭାରମ୍ଭ କରିଥିଲେ । କେନ୍ଦ୍ରାପଡା ଜିଲ୍ଲା ରାଜନଗରରେ ବିଶାଳ ତ୍ରୀରଙ୍ଗା ଶୋଭାଯାତ୍ରା କରାଯାଇଛି । ଏହି ଶୋଭାଯାତ୍ରାରେ ୪ ଶହରୁ ଉଦ୍ଧ୍ୱର୍ ଛାତ୍ରଛାତ୍ରୀ ଓ ବୁଦ୍ଧିଜୀବୀ ଶହେ ଫୁଟ  ଲମ୍ବର ତ୍ରିରଙ୍ଗା ଧରି ଶୋଭାଯାତ୍ରା କରିଛନ୍ତି । ଏହାସହ ସମସ୍ତେ ହାତରେ ଜାତୀୟ ପତାକା ଧରିବା ସହ  ଭାରତ ମାତା କି ଜୟ ଓ ବନ୍ଦେ ମାତାରମ ଧ୍ୱନିରେ ସାରା ପରିବେଶ ପ୍ରକମ୍ପିତ ହୋଇଥିଲା । ହର୍ ଘର ତ୍ରିରଙ୍ଗା କାର୍ଯ୍ୟକ୍ରମରେ ଗାଁକୁ ଗାଁ ଯାଇ ସାଇକେଲରେ ବୁଲି ସଚେତନ କରି ତ୍ରିରଙ୍ଗା ବାଣ୍ଟୁଛନ୍ତି ଜଣେ ଶିକ୍ଷକ । ପୁରୀ ଜିଲ୍ଲା ଗୋପ ବ୍ଲକ ଅଧୀନ ପତିତପାବନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସରୋଜ କୁମାର ମିଶ୍ର ଏହି ହର୍ ଘର ତ୍ରିରଙ୍ଗା କାର୍ଯ୍ୟକ୍ରମକୁ ବ୍ୟାପକ କରିବା ପାଇଁ ଲାଗିପଡ଼ିଛନ୍ତି । ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ସାରଡାଙ୍ଗ ଗ୍ରାମରେ ନିଆର ଢଙ୍ଗରେ ଅମୃତ ମହୋତ୍ସବ ପାଳନ କଲେ ଚାଷୀ । ଯୋଗ ପ୍ରଚାରକ ମୁକ୍ତିକାନ୍ତ ପାଣିଗ୍ରାହୀ ଓ ଯବାନ ମୟୁର କୁମାର ଦାସଙ୍କ ନେତୃତ୍ୱରେ ସାରଡାଙ୍ଗ ଗ୍ରାମରେ କ୍ଷେତରେ ଚାଷୀମାନେ ହାତରେ ତ୍ରିରଙ୍ଗା ପତାକା ଧରି ଭାରତ ମାତା କି ଜୟ, ଜୟ ଯବାନ ଜୟ କିଷାନ ନାରା ରେ କ୍ଷେତ ଅଂଚଳ ପ୍ରକମ୍ପିତ ହେଉଥିଲା ।