ଚିରଦିନର ଶତ୍ରୁର ହତ୍ୟାକୁ ନେଇ ଖୁସିରେ ଆତ୍ମହରା ଚୀନ: ସିଞ୍ଜୋ ଆବେଙ୍କ ହତ୍ୟାକୁ ନେଇ ଚୀନରେ ଉତ୍ସବ ମାହୋଲ

536

କନକ ବ୍ୟୁରୋ: ସିଂଜୋ ଆବେଙ୍କ ମୃତ୍ୟୁକୁ ନେଇ ପୂରା ଦୁନିଆରେ ଶୋକର ଛାୟା ଖେଳିଛି । ସେପଟେ କିନ୍ତୁ ଚୀନର ଆସିଛି ଭିନ୍ନ ଚିତ୍ର । ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ମୃତ୍ୟୁ ଘଟଣା ପରେ ଚୀନରେ ସତେ ଯେମିତି ଉତ୍ସବ ଚାଲିଛି । ସୋସିଆଲ ମିଡିଆରେ ସିଂଜୋଙ୍କ ମୃତ୍ୟୁକୁ ନେଇ ଆଶ୍ଚଯ୍ୟଜନକ ଟୁଇଟ ଓ ପୋଷ୍ଟ କରୁଛନ୍ତି ଚୀନବାସୀ । ସିଂଜୋ ଆବେଙ୍କୁ ଚୀନର ଶତ୍ରୁ ଭାବେ ସମ୍ବୋଧନ କରି ଏଭଳି ଲଜ୍ୟାଜନକ ଟୁଇଟ ଓ ପୋଷ୍ଟ କରୁଛି ଚୀନ । ଚୀନର ସୋସିଆଲ ମିଡିଆ ୱିବୋ ଓ ୱି ଚାଟରେ ଏଭଳି ନିନ୍ଦନୀୟ ପୋଷ୍ଟର ସୁଅ ଛୁଟିଛି । ଏପରିକି ହତ୍ୟାକାରୀଙ୍କୁ ହିରୋଭାବେ ସମ୍ବୋଧିତ କରୁଛନ୍ତି ଚୀନ ବାସୀ । ଚୀନ ଓ ଜାପାନର ଶତ୍ରୁତାର କାହାଣୀ ବେଶ ପୁରୁଣା ।

୧୯୩୧ରେ ସଂଘଠିତ ଚୀନ-ଜପାନ ଯୁଦ୍ଧରେ ଚୀନ ଜାପାନଠୁ ପରାଜିତ ହୋଇଥିଲା ।ଏହା ପରେ ଜାପାନବାସୀ ଚୀନ ଲୋକଙ୍କ ଉପରେ ଅକଥନୀୟ ଅତ୍ୟାଚାର କରିଥିଲେ । ୨ୟ ବିଶ୍ୱଯୁଦ୍ଧରେ ପରମାଣୁ ବୋମା ଆକ୍ରମଣ ସହିବା ପରେ ଜାପାନ ନିଜର ସାମରିକ ବାହୀନୀକୁ ସଙ୍କୁଚିତ କରିଥିଲା । ତେବେ ଏକବିଂଶ ଶତାଦ୍ଧୀରେ ଚୀନର ଶକ୍ତି ବଢିବା ପରେ ଚୀନ ଓ ଜାପାନ ମଧ୍ୟରେ ପୁଣି ବିବାଦ ଆରମ୍ଭ ହୋଇଥିଲା । ଏଥିସହ ଦକ୍ଷିଣ ଚୀନର ସମୁଦ୍ର ପ୍ରସଙ୍ଗ ଉପରେ ଦବଦବା ଜାହିର କରି ଦୁଇ ଦେଶ ମଧ୍ୟ ଦୀର୍ଘ ବର୍ଷ ଧରି ଶୀତଳ ଯୁଦ୍ଧ ଜାରି ରହିଛି । ଚୀନ ବିରୋଧରେ ସୃଷ୍ଟି ହୋଇଥିବା କ୍ୱାଡମେଂଟକୁ ଆରମ୍ଭ କରିଥିଲେ ସିଂଜୋ ଆବେ । ତେଣୁ ଚୀନ ଆବେଙ୍କୁ ଏକ ଶତ୍ରୁଭାବେ ଦେଖୁଥିଲା ।