ଭାରତ-ଅଷ୍ଟ୍ରେଲିଆ ଅଭ୍ୟାସ ମ୍ୟାଚ, ୬ ରନର ରୋମାଞ୍ଚକର ବିଜୟ ହାସଲ କଲା ରୋହିତବାହିନୀ।

415

କନକ ବ୍ୟୁରୋ: ଟି୨୦ ବିଶ୍ୱକପ ପୂର୍ବରୁ ଖେଳାଯାଇଥିବା ଅଭ୍ୟାସ ମ୍ୟାଚରେ ଭାରତ ଅଷ୍ଟ୍ରେଲିଆକୁ ପରାସ୍ତ କରିଛି । ଘରୋଇ ଦଳକୁ ୬ରନରେ ମାତଦେଇଛି ଭାରତ । ଶେଷ ଓଭରରେ ୪ ୱିକେଟ ନେଇ ଅଷ୍ଟ୍ରେଲିଆର ବ୍ୟାଟିଂକୁ ଧ୍ୱସ୍ତ କରିଥିଲେ ଭାରତୀୟ ବୋଲର ମହମ୍ମଦ ସାମି । ଏହା ଫଳରେ ଭାରତ ୬ ରନର ରୋମାଞ୍ଚକର ବିଜୟ ହାସଲ କରିଛି ଦଳ । ଭାରତ ପ୍ରଥମେ ବ୍ୟାଟିଂ କରି ୧୮୬ରନ କରିଥିଲା । ଏହାର ଜବାବରେ ଘରୋଇ ଦଳ ୧୮୦ରନ କରିପାରିଥିଲା ।

ଶେଷ ଓଭରରେ ବିଜୟ ପାଇଁ ୧୧ ରନ ଆବଶ୍ୟକ ଥିବା ବେଳେ ସାମିଙ୍କ ଜବରଦସ୍ତ ବୋଲିଂ ଯୋଗୁ ଭାରତ ବିଜୟୀ ହୋଇଛି । ଶେଷ ୪ ବଲରେ ଦଳ ୪ଟି ସଫଳତା ପାଇଥିଲା । ଯାହା ଭାରତର ବିଜୟକୁ ସୁଗମ କରିଦେଇଥିଲା ।