ସିବିଏସଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷାର୍ଥୀଙ୍କ ରେଜଲ୍ଟ ରହିଛି ୱିଥହେଲ୍ଡ ! ପ୍ରତିବାଦରେ ଭୁବନେଶ୍ୱର ଅଫିସ ଆଗରେ ବିକ୍ଷୋଭ

40

କନକ ବ୍ୟୁରୋ : ଭୁବନେଶ୍ୱର ଜୋନରେ ସିବିଏସଇ ପରିଚାଳିତ ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ କିଛି ଛାତ୍ରଙ୍କ ପରୀକ୍ଷା ଫଳ ୱିିଥହେଲ୍ଡ ନେଇ ତାତିଛନ୍ତି ଛାତ୍ରଛାତ୍ରୀ । ଆଜି ଛାତ୍ରଛାତ୍ରୀ ଭୁବନେଶ୍ୱର ସିବିଏସଆଇ ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଏଥର ଭୁବନେଶ୍ୱର ଜୋନରେ ୧୦ ହଜାରରୁ ଅଧିକ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ ୱିଥହେଲ୍ଡ ରହିଛି ।

ଅନ ଲାଇନରେ ପ୍ରକାଶ ପାଇଥିବା ଏମାନଙ୍କ ରେଜଲ୍ଟରେ ଇଂରାଜୀରେ ଲେଖାଅଛି- ଜଡ । ଅର୍ଥାତ ଏହି ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ ପ୍ରକାଶ ପାଇନାହିଁ । କୁହାଯାଉଛି ଦ୍ୱିତୀୟ ବର୍ଷରେ ଯେଉଁ ଛାତ୍ରଛାତ୍ରୀ ସିକ୍ସଥ ଅପସନାଲ ପେପରକୁ ପରିବର୍ତନ କରିଛନ୍ତି ସେମାନଙ୍କ ଏଭଳି ଫଳାଫଳ ଆସିଛି । ଏନେଇ ସିବିଏସଇ ପକ୍ଷରୁ କୌଣସି ସ୍ପଷ୍ଟୀକରଣ ଦିଆଯାଇନଥିବାରୁ ଛାତ୍ରଛାତ୍ରୀଙ୍କ ଦ୍ୱନ୍ଦ୍ୱ ବଢିଯାଇଛି ।