ଆଜି ପ୍ରକାଶ ପାଇବ ଦଶମ ( ଆଇସିଏସଇ) ଓ ଦ୍ୱାଦଶ , ଆଇଏସସି ପରୀକ୍ଷାଫଳ !

33

କନକ ବ୍ୟୁରୋ : କାଉନସିଲ ଫର ଦି ଇଣ୍ଡିଆନ ସ୍କୁଲ ସାର୍ଟିଫିକେଟ ଏକ୍ସଜାମିନେସନ, ସିଆଇଏସସିଇ ଦ୍ୱାରା ପରିଚାଳିତ ସ୍କୁଲ ଗୁଡିକର ଦଶମ ( ଆଇସିଏସଇ) ଓ ଦ୍ୱାଦଶ , ଆଇଏସସି ପରୀକ୍ଷାଫଳ ଆଜି ପ୍ରକାଶ ପାଇବ । ଦିନ ୩ଟାରେ ଛାତ୍ରଛାତ୍ରୀମାନେ ସେମାନଙ୍କ ରେଜଲ୍ଟ ଡବ୍ଲ୍ୟୁ ଡବ୍ଲ୍ୟୁ ଡବ୍ଲ୍ୟୁ. ସିଆଇଏସ୍ସିଇ.ଓଆରଜିରେ ଦେଖିପାରିବେ ।

ଏସଏମଏସ ମାଧ୍ୟମରେ ବି ପରୀକ୍ଷାର୍ଥୀ ସେମାନଙ୍କ ରେଜଲ୍ଟ ଜାଣିପାରିବେ । ଓଡିଶାରୁ ଏଥର ୫ ହଜାର ୮ଶହ ପିଲା ପରୀକ୍ଷା ଦେଇଛନ୍ତି । ପରୀକ୍ଷାଫଳ ବାହାରିବା ପରେ ଛାତ୍ରଛାତ୍ର ପୁନଃଯାଂଚ ପାଇଁ ବି ଆବେଦନ କରିପାରିବେ । ଆବେଦନର ଶେଷ ତାରିଖ ଜୁନ ୪ ରଖାଯାଇଛି ।