ବଢୁଛି ସିବିଏସଇ ବିଭ୍ରାଟ ! କର୍ତ୍ତୃପକ୍ଷଙ୍କ ମନୋମୁଖୀ କାରବାରକୁ ନେଇ ଆଜି ଅଭିଭାବକ ମହାସଂଘର ସମ୍ମିଳନୀ

23

କନକ ବ୍ୟୁରୋ : ସିବିଏସଇ ବିଭ୍ରାଟ ନେଇ ବିବାଦ ଦିନକୁ ଦିନ ବଢିବାରେ ଲାଗିଛି । ପିଲାଙ୍କ ଭବିଷ୍ୟତ ସହ ଖେଳୁଥିବା ସିବିଏସଇ କର୍ତ୍ତୃପକ୍ଷ ଏନେଇ ନିଜ ଦୋଷ ଫାଙ୍କିବାରେ ଲାଗିଛନ୍ତି । ଓଡିଶା ରାଜ୍ୟ ଶିଶୁ ସୁରକ୍ଷା ଅଧିକାର ଆୟୋଗ ନିକଟରେ ଦାଖଲ କରିଥିବା କାରଣ ଦର୍ଶାଅ ରିପୋର୍ଟରେ ନିଜ ପକ୍ଷ ରଖିଛନ୍ତି ସିବିଏସଇ କର୍ତ୍ତୃପକ୍ଷ । ଏଥିରେ କର୍ତ୍ତୃପକ୍ଷ ନିଜ ଦୋଷ ଖସାଇବାକୁ ଉଦ୍ୟମ କରିଛନ୍ତି । ସିବିଏସଇ କର୍ତ୍ତୃପକ୍ଷଙ୍କ ରିପୋର୍ଟ ପରେ ଅଭିଭାବକ ମହାସଂଘକୁ ୨୪ ଘଂଟାରେ ଉତ୍ତର ମାଗିଛନ୍ତି ଆୟୋଗ ।

ଆଜି ମହାଂସଘ ନିଜର ଉତ୍ତର ରଖିବ । ତେବେ ଏହି କାରଣ ଦର୍ଶାଅ ନୋଟିସରେ ସିବିଏସଇ କର୍ତ୍ତୃପକ୍ଷ କହିଛନ୍ତି ଯେ, ଭୁବନେଶ୍ୱର ଜୋନ୍ ପରୀକ୍ଷାଫଳ ସ୍ଥଗିତ ହୋଇନି ବରଂ କିଛି ସମସ୍ୟା ଯୋଗୁଁ ପରୀକ୍ଷାଫଳ ସେହିଦିନ ବିଳମ୍ବରେ ଘୋଷଣା ହୋଇଛି । ମୂଲ୍ୟାୟନ ସଠିକ୍ ଭାବେ ହୋଇଛି । ଛାତ୍ରଛାତ୍ରୀ ଯେଉଁ ଉତ୍ତର ଲେଖିଛନ୍ତି ସେହି ଅନୁସାରେ ମାର୍କ ଦିଆଯାଇଛି ।

ସେପଟେ ସିବିଏସଇର ମନୋମୁଖୀ କାରବାରକୁ ନେଇ ଆଜି ଭୁବନେଶ୍ୱରର ଇଡକଲ୍ ଅଡିଟୋରିୟମରେ ଓଡିଶା ଅଭିଭାବକ ମହାଂସଘ ପକ୍ଷରୁ ରାଜ୍ୟସ୍ତରୀୟ ସମ୍ମିଳନୀ ହେବ । ଏଥିରେ ବୁଦ୍ଧିଜୀବୀ ଓ ଅଭିଭାବକମାନେ ସେମାନଙ୍କର ମତ ରଖିବେ ।

ଏହା ସହ ଦେଖନ୍ତୁ ଏହି ଭିଡିଓ –