ମାଲାକାନଗିରିରେ ତାତିଲେ ମହିଳା ! ମଦ ଦୋକାନ ବନ୍ଦ ଦାବିରେ ଭଙ୍ଗାରୁଜା

16

କନକ ବ୍ୟୁରୋ : ମାଲକାନାଗିରିରେ ତାତିଲେ ମହିଳା । ବ୍ଲକ କଲୋନୀରେ ବେଆଇନ ଦେଶୀ ମଦ ଦୋକାନରେ ଭଙ୍ଗାରୁଜା କରିଛନ୍ତି ଶତାଧିକ ମହିଳା । ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ମା ଘର’ପକ୍ଷରୁ ଶତାଧିକ ମହିଳା ଦେଶୀ ମଦ ଦୋକାନ ଗୁଡ଼ିକରେ ପଶି ଭଙ୍ଗାରୁଜା କରିବା ସହ ତୁରନ୍ତ ମଦ ଦୋକାନ ବନ୍ଦ କରିବାକୁ ଚେତାବନୀ ଦେଇଛନ୍ତି ।

ତେବେ ବେଆଇନ ଭାବେ ଚାଲିଥିବା ମଦ ଦୋକାନ ବନ୍ଦ କରିବାକୁ ଜିଲ୍ଲାପ୍ରଶାସନ ଓ ଅବକାରୀ ବିଭାଗକୁ ବାରମ୍ବାର ନ ‘ମା ଘର’ପକ୍ଷରୁ ଅବଗତ କରାଯାଇଥିଲା । କିନ୍ତୁ କୈାଣସି କାର୍ଯ୍ୟାନୁଷ୍ଠାନ ନିଆନଯିବାରୁ ଉତ୍ୟକ୍ତ ମହିଳା ଏଭଳି ଭଙ୍ଗାରୁଜା କରିଛନ୍ତି ।

ଏହା ସହ ଦେଖନ୍ତୁ ଏହି ଭିଡିଓ –