ହେମନ୍ତ ସୋରେନଙ୍କ ବିଧାୟକ ପଦ ରଦ୍ଦ : ଜାଣନ୍ତୁ କ’ଣ ରହିଛି ପୂରା ମାମଲା?

232

କନକ ବ୍ୟୁରୋ : ୨୦୧୯ ଡିସେମ୍ବର ୨୯ରେ ହେମନ୍ତ ସୋରେନ୍ ମୁଖ୍ୟମନ୍ତ୍ରୀ ହୋଇଥିଲେ । ତାଙ୍କ କାର୍ଯ୍ୟକାଳ ଆଉ ୧୬ ମାସ ଥିଲା । ହେମନ୍ତ ସୋରେନଙ୍କୁ ରାଞ୍ଚି ଜିଲ୍ଲାର ଅନଗଡା ବ୍ଲକରେ ଶୂନ ଦଶମିକ ୮୮ ଏକରର ଜାଗା ଖନନ ପାଇଁ ପଟ୍ଟା ମିଳିଥିଲା । ଦସ୍ତାବିଜ୍ ଅନୁସାରେ ୨୮ ମେ ୨୦୨୧ରେ ଏଥିପାଇଁ ସେ ଆବେଦନ କରିଥିଲେ । ୨୦୨୧ ଜୁନ୍ ୧୫ ତାରିଖରେ ଏଥିପାଇଁ ଅନୁମତି ମଧ୍ୟ ମିଳିଥିଲା । ଏହା ପରେ ୯ ଡିସେମ୍ବରରେ ପରିବେଶ ମନ୍ତ୍ରାଳୟ ନିକଟରେ ମଂଜୁରୀ ପାଇଁ ଆବେଦନ କରିଥିଲେ, ୨୨ ଡିସେମ୍ବରରେ ମିଳିଯାଇଥିଲା । ୨୦୨୨ ଫ୍ରେବୃଆରୀ ୧୧ରେ ବିଜେପି ରାଜ୍ୟପାଳଙ୍କୁ ଭେଟି ଏହା ଏକ ଲାଭଜନକ ପଦ ମାମଲା ବୋଲି ଅଭିଯୋଗ କରିଥିଲା । ମୁଖ୍ୟମନ୍ତ୍ରୀ ନିଜ ନାଁ ଖନନ ପଟ୍ଟା ନେଇପାରିବେ ନାହିଁ ବୋଲି ଅଭିଯୋଗ ହୋଇଥିଲା । ସୋରେନ୍ ଜନପ୍ରତିନିଧି ଆଇନ ‘୧୯୫୧ର ଧାରା ୯-ଏ’ ଉଲଂଘନ କରିଛନ୍ତି ବୋଲି ବିଜେପି ଅଭିଯୋଗ କରିଛି । ଏହା ପରେ ହେମନ୍ତ ସୋରେନ୍ ସେହି ଦିନ ହିଁ ନିଜ ନାଁରେ ଥିବା ଲିଜ୍ ପଟ୍ଟା ସରେଣ୍ଡର କରିଦେଇଥିଲେ । ଝାଡଖଣ୍ଡ ଖଣି ବିଭାଗର ପ୍ରମୁଖ ସଚିବ ପୂଜା ସିଙ୍ଘଲଙ୍କ ଘରେ ଇଡି ରେଡ୍ ପରେ ସୋରେନ୍ ସରକାରଙ୍କ ଭ୍ରଷ୍ଟାଚାରର ପେଡି ଖୋଲିଥିଲା । ପୂଜା ସିଙ୍ଘଲଙ୍କ ଚାର୍ଟାର୍ଡ ଆକାଉଂଟାଂଟଙ୍କ ଘରୁ ସାଢେ ୧୭ କୋଟି ଟଙ୍କା ନଗଦ ମିଳିଥିଲା । ମନରେଗା ଘୋଟାଲ ନେଇ ଯାଂଚ କରାଯାଉଥିଲେ ମଧ୍ୟ ଇଡିକୁ ଅନେକ ଗୁରୁତ୍ୱପୂର୍ଣ୍ଣ ସୁରାଗ ମିଳିଥିଲା ।

କ’ଣ ରହିଛି ମାମଲା?
– ୨୦୧୯ ଡିସେମ୍ବର ୨୯ରେ ହେମନ୍ତ ସୋରେନ୍ ମୁଖ୍ୟମନ୍ତ୍ରୀ ହୋଇଥିଲେ
– ହେମନ୍ତ ସୋରେନ୍ଙ୍କ କାର୍ଯ୍ୟକାଳ ଆଉ ୧୬ ମାସ ଥିଲା
– ସୋରେନ୍ଙ୍କୁ ରାଂଚି ଅନଗଡା ଶୂନ ଦଶମିକ ୮୮ ଏକରର ଜାଗା ଖନନ ପଟ୍ଟା ମିଳିଥିଲା
– ଦସ୍ତାବିଜ୍ ଅନୁସାରେ ୨୮ ମେ ୨୦୨୧ରେ ଏଥିପାଇଁ ସେ ଆବେଦନ କରିଥିଲେ
– ୨୦୨୧ ଜୁନ୍ ୧୫ ତାରିଖରେ ଏଥିପାଇଁ ଅନୁମତି ମିଳିଥିଲା
– ୯ ଡିସେମ୍ବରରେ ପରିବେଶ ମନ୍ତ୍ରାଳୟ ନିକଟରେ ମଂଜୁରୀ ପାଇଁ ଆବେଦନ କରିଥିଲେ
– ୨୨ ଡିସେମ୍ବରରେ ପରିବେଶ ମନ୍ତ୍ରାଳୟର ଅନୁମତି ମିଳିଥିଲା
– ୨୦୨୨ ଫ୍ରେବୃଆରୀ ୧୧ରେ ବିଜେପି ରାଜ୍ୟପାଳଙ୍କୁ ଭେଟିଥିଲା
– ଏହା ଏକ ଲାଭଜନକ ପଦ ମାମଲା ବୋଲି ଅଭିଯୋଗ କରିଥିଲା
– ମୁଖ୍ୟମନ୍ତ୍ରୀ ନିଜ ନାଁ ଖନନ ପଟ୍ଟା ନେଇପାରିବେ ନାହିଁ ବୋଲି ଅଭିଯୋଗ ହୋଇଥିଲା
– ହେମନ୍ତ ସୋରେନ୍ ନିଜ ନାଁରେ ଥିବା ଲିଜ୍ ପଟ୍ଟା ସରେଣ୍ଡର କରିଦେଇଥିଲେ
– ଝାଡଖଣ୍ଡ ଖଣି ବିଭାଗର ପ୍ରମୁଖ ସଚିବ ପୂଜା ସିଙ୍ଘଲଙ୍କ ଘରେ ଇଡି ରେଡ୍ କରିଥିଲା
– ଚଢାଉ ବେଳେ ସୋରେନ୍ ସରକାରଙ୍କ ଭ୍ରଷ୍ଟାଚାରର ପେଡି ଖୋଲିଥିଲା
– ପୂଜା ସିଙ୍ଘଲଙ୍କ ଚାର୍ଟାର୍ଡ ଆକାଉଂଟାଂଟଙ୍କ ଘରୁ ସାଢେ ୧୭ କୋଟି ଟଙ୍କା ନଗଦ ମିଳିଥିଲା
– ଚଢାଉ ବେଳେ ଇଡିକୁ ଅନେକ ଗୁରୁତ୍ୱପୂର୍ଣ୍ଣ ସୁରାଗ ମିଳିଥିଲା