ବନ୍ୟା ଆସିବାର ସପ୍ତାହ ନପୁରୁଣୁ ସୁଖିଲା ପଡ଼ିଲା ମହାନଦୀ । ଦେଖାଗଲା ବିସ୍ତିର୍ଣ୍ଣ ବାଲୁକା ଶଯ୍ୟା

165

କନକ ବ୍ୟୁରୋ : ଉପରମୁଣ୍ଡରେ ପ୍ରବଳ ବର୍ଷା ପରେ ମହାନଦୀର ତଳ ମୁଣ୍ଡରେ ବନ୍ୟା ଆସିଥିଲା । ମୁଣ୍ଡଳି ଠାରେ ୧୨ଲକ୍ଷ କ୍ୟୁସେକ୍ ଜଳ ନିଷ୍କାସିତ ହୋଇଥିଲା । ଜଳସ୍ତର ବଢ଼ିବା ସହ ଗାଁ ଗଣ୍ଡାରେ ନଦୀ ପାଣି ପଶିଯାଇଥିଲା । ହେଲେ ଏବେ ପାଗରେ ପରିବର୍ତନ ହେବା ସହ ମହନଦୀର ସ୍ଥିତି ମଧ୍ୟ ବଦଳିଯାଇଛି ।
ଶୁଖିଲା ପଡ଼ିଛି ମହାନଦୀ । ଯେଉଁ ନଦୀର ପାଣିକୁ ଦେଖିଲେ ଭୟ ସୃଷ୍ଟି ହେଉଥିଲା । ଏବେ ସେହି ସ୍ଥାନରେ ଶୁଖିଲା ପଡ଼ିଛି ନଦୀ । ନଦୀ ଭିତରର ବାଲି ଦେଖାଯାଉଛି । ହୀରାକୁଦ ଗେଟ ବନ୍ଦ ହେବା ସହ ମହାନଦୀର ପାଣି ମଧ୍ୟ କମିଯାଇଛି । ନଦୀରେ ଥିବା ପାଣି ସମୁଦ୍ର ଭିତରକୁ ଚାଲିଯାଇଛି । ବର୍ଷା ଦିନରେ ଯଦି ନଦୀର ଏଭଳି ଅବସ୍ଥା ତେବେ ଖରା ଦିନେ ନଦୀର ଅବସ୍ଥା କ’ଣ ହେବ ଅନୁମାନ କରାଯାଉଛି ।