କନକ ବ୍ୟୁରୋ : ଆଜିଠୁ ଆରମ୍ଭ ହେଉଛି ଓଡ଼ିଶା ବିଧାନସଭାର ଶୀତକାଳୀନ ଅଧିବେଶନ । ଏହା ଡିସେମ୍ବର ୧୧ ପର୍ଯ୍ୟନ୍ତ ଚାଲିବ । ଏହି ଅଧିବେଶନରେ ମୋଟ ୩୩ଟି କାର୍ଯ୍ୟ ଦିବସ ରହିଛି । ଅଧିବେଶନର ପ୍ରଥମ ଦିନ ତଥା ଆଜି ୨୦୨୨-୨୩ ଆର୍ଥିକ ବର୍ଷର ଅତିରିକ୍ତ ବଜେଟ ଆଗତ କରାଯିବ । ନଭେମ୍ବର ୩୦ ଏବଂ ଡିସେମ୍ବର ୧ ତାରିଖ ଦୁଇ ଦିନ ଧରି ଖର୍ଚ୍ଚ ଦାବି ଉପରେ ଆଲୋଚନା କରାଯିବ । ଏବଂ ୨ ତାରିଖେରେ ବ୍ୟୟ ମଞ୍ଜୁରୀ ବିଲ ପାରିତ ହେବ । ତେବେ ଦୀର୍ଘ ଅଢେଇ ବର୍ଷ ପରେ ଏହି ଅଧିବେଶନରେ କୋଭିଡ କଟକଣା ମଧ୍ୟ ହଟାଇ ଦିଆଯାଇଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ଅର୍ଚ୍ଚନା ନାଗ ମାମଲାରେ ଏବେ ଇଡି ଖୋଳତାଡ ଚଳାଇଥିବା ବେଳେ ବହୁ ନେତାଙ୍କ ସମ୍ପୃକ୍ତି ଅଭିଯୋଗ ମଧ୍ୟ ଆସୁଛି । ତେଣୁ ଏହି ପ୍ରସଙ୍ଗକୁ ନେଇ ଏଥର ଶାସକ ବିଜେଡିକୁ ଟାର୍ଗେଟ କରିପାରନ୍ତି ବିରୋଧୀ ବିଜେପି ଓ କଂଗ୍ରେସ । ଏହା ଛଡା ପଦ୍ମପୁର ଉପନିର୍ବାଚନ ପାଇଁ ଚାଷୀଙ୍କୁ ନେଇ ରାଜନୀତି ଜୋର ଧରିଛି । ଉଭୟ ବିଜେଡି ଏବଂ ବିଜେପି ପରସ୍ପରକୁ ଦୋଷ ଲଦୁଥିବା ବେଳେ ଏହି ପ୍ରସଙ୍ଗ ବିଧାନସଭା ଉଠିବ ବୋଲି ଆଶା କରାଯାଉଛି । ସେପଟେ ବିରୋଧୀଙ୍କୁ ମୁକାବିଲା କରିବାକୁ କେନ୍ଦ୍ରୀୟ ଅବହେଳାକୁ ବିଜେଡି ପ୍ରସଙ୍ଗ କରିବ ବୋଲି କୁହାଯାଉଛି । ବିରୋଧୀଙ୍କୁ ମୁକାବିଲା କରିବାକୁ ବିଜେଡି ଆଜି ସକାଳ ସାଡେ ୧୦ ଟାେ ବିଧାୟକ ଦଳର ବୈଠକ ଡାକିଛି । ବିଧାନସଭାର ୫୪ ନମ୍ବର ପ୍ରକୋଷ୍ଠରେ ବିଜେଡି ବିଧାୟକ ଦଳ ବୈଠକ ବସିବ ବୋଲି ସୂଚନା ମିଳିଛି ।