ସାମ୍ବାଦିକ ସମ୍ମିଳନୀରେ ବିଜେପି ଉପରେ ବର୍ଷିଲେ ଭିକେ ପାଣ୍ଡିଆନ୍ । କହିଲେ , ବିଜେଡିକୁ ଭାଙ୍ଗିବାକୁ ଚେଷ୍ଟା କରୁଛି ବିଜେପି ।

616

କନକ ବ୍ୟୁରୋ: ବିଜେଡି ନେତା ଭିକେ ପାଣ୍ଡିଆନଙ୍କ ଟାର୍ଗେଟରେ ବିଜେପି ନେତା ଧର୍ମେନ୍ଦ୍ର ପ୍ରଧାନ ଓ ଅପରାଜିତା ଷଡଙ୍ଗୀ । ସାମ୍ବାଦିକ ସମ୍ମିଳନୀ କରି ଏହି ଦୁଇ ନେତାଙ୍କ ଉପରେ ବର୍ଷିଛନ୍ତି ପାଣ୍ଡିଆନ୍ । କହିଛନ୍ତି , ଏମାନେ ଅପପ୍ରଚାର କରି ବିଜେଡିବୁକ ଭାଙ୍ଗିବାକୁ ଚାହୁଁଛନନ୍ତି ।

ପାଣ୍ଡିଆନ୍ ଆହୁରି ମଧ୍ୟ କହିଛନ୍ତି ଯେ, ବିଜେପିର ଟାର୍ଗେଟରେ ରହିଛି ୪୦ ରୁ୫୦ ଆସନ । ବିଜେପି ବିଜେଡିକୁ ଭାଙ୍ଗି ସରକାର କରିବାକୁ ଚାହୁଁଛନ୍ତି । ଏହାସହ ଖାସ୍ କରି ଧର୍ମେନ୍ଦ୍ର ପ୍ରଧାନ ଓ ଅପରାଜିତା ଷଡଙ୍ଗୀଙ୍କ ଉପରକୁ ଅଙ୍ଗୁଳି ନିର୍ଦ୍ଦେଶଣ କରିଛନ୍ତି । କହିଛନ୍ତି,୨୦୧୯ରେ ୮ଜଣ ବିଜେପି ଏମପି ଓଡ଼ିଶାରୁ ନିର୍ବାଚିତ ହୋଇଥିଲେ । ହେଲେ ଜଣେ ବି ବିଜେପି ସାଂସଦ ଥରେ ବି ରାଜ୍ୟ ସ୍ୱାର୍ଥ ପାଇଁ ପାଟି ଫିଟେଇଲେ ନାହିଁ । କିନ୍ତୁ ବିଜେଡିର ଉଦ୍ଦେଶ୍ୟ ସବୁବେଳେ ଓଡ଼ିଶାର ହକ୍ ଓ ସ୍ୱାର୍ଥ ପାଇଁ ଲଢିବା ଏବଂ ବିଜେଡିର ସାଂସଦ ରାଜ୍ୟ ସ୍ୱାର୍ଥ ପାଇଁ ହିଁ କାମ କରୁଛନ୍ତି ଓ କରିବେ ମଧ୍ୟ ।

ସାଂସଦଙ୍କ ଦାୟିତ୍ୱ ରାଜ୍ୟର ସ୍ୱାର୍ଥ ପାଇଁ ଲଢିବା । କିନ୍ତୁ ଜାତୀୟ ଦଳର ସାଂସଦ କେବଳ ସେମାନଙ୍କ ବସଙ୍କ ପାଇଁ କାମ କରନ୍ତି । ଜାତୀୟ ଦଳର ସାଂସଦଙ୍କ ଉଦ୍ଦେଶ୍ୟ କେନ୍ଦ୍ରରେ ମନ୍ତ୍ରୀ ହେବା। କିନ୍ତୁ ଏନଏଚ୍ , କୋଷ୍ଟାଲ ହାଇଓ୍ୱେ ପ୍ରକଳ୍ପ ଓଡ଼ିଶାକୁ ଆଣିପାରିଲେ ନାହିଁ । ଓଡ଼ିଶା ପାଇଁ ସ୍ୱତନ୍ତ୍ର ଭାବେ ବିଜେପି ସାଂସଦ କଣ ଆଣିଛନ୍ତି…ବିଜେପି ସରକାର ଗଢିବା ପାଇଁ ମାନିଫେଷ୍ଟୋ ଆଣିଛି । କିନ୍ତୁ ବିଜେଡି ସେବା ପାଇଁ ସମୃଦ୍ଧ ଓଡ଼ିଶା ଗଠନ କରିବା ପାଇଁ ମାନିଫେଷ୍ଟୋ ଆଣିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମେନିଫେଷ୍ଟୋ ପାଇଁ ସମସ୍ତେ ଅନାଇ ବସିଛନ୍ତି । ୨ ଦିନ ଭିତରେ ବିଜେଡିର ଇସ୍ତାହାର ଆସିବ । ବିଜେଡି ଭୋଟ୍ ପାଇଁ ନୁହେଁ ବିକାଶ ପାଇଁ ମାନିଫେଷ୍ଟୋ ଆଣିବ ବୋଲି କହିଛନ୍ତି ଭିକେ ପାଣ୍ଡିଆନ୍ ।