ଖୋର୍ଦ୍ଧାରୁ ବ୍ରାଉନ ସୁଗାର ଜବତ । ୧୦୫ ଗ୍ରାମର ଧଳା ଜହର ଜବତ କଲା ଅବକାରୀ ବିଭାଗ ।

54

କନକ ବ୍ୟୁରୋ : ଭୁବନେଶ୍ୱର, କଟକ ପରେ ଖୋର୍ଦ୍ଧାରୁ ବ୍ରାଉନସୁଗାର ଜବତ । ଖୋର୍ଦ୍ଧା ଖ୍ରୀଷ୍ଟିଆନ ସାହିରୁ ୧୦୫ ଗ୍ରାମ ବ୍ରାଉନସୁଗାର ଜବତ ହୋଇଛି । ଅବକାରୀ ବିଭାଗ ଓ ମୋବାଇଲ ସ୍କ୍ୱାର୍ଡ ଏବଂ ପୁଲିସ ବିଭାଗ ପକ୍ଷରୁ ଚଢାଉ କରି ବ୍ରାଉନସୁଗାର ଓ ନଗଦ ୫୮ ହଜାର ଟଙ୍କା ଜବତ ହୋଇଛି । ଜବତ ବ୍ରାଉନସୁଗାରର ଆନୁମାନିକ ମୁଲ୍ୟ ୨୫ ଲକ୍ଷ ଟଙ୍କା ହେବ ।ଘଟଣାରେ ଜଣକୁ ଗିରଫ କରାଯାଇଛି ।

ସେହିପରି କିଛି ଦିନ ତଳେ ଗୁଇନ୍ଦା ସୂଚନା ବଳରେ ଭୁବନେଶ୍ୱରହଳଦୀ ପଡିଆରେ ଚଢାଉ ବେଳେ ଅବକାରୀ ବିଭାଗକୁ ମିଳିଥିଲା୧୦ ଲକ୍ଷ ଟଙ୍କାର ବ୍ରାଉନସୁଗାର । ଏହି ମାଟିଆ ଜହରକୁ ଜବତ କରିଥିଲା କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ ।

କାହା ଘରର ଚାଳରେ, ତ ପୁଣି କାହା ଘରର ଖଟତଳେ, ଆଉ ପୁଣି କିଏ ମସାରି ଡୋରରେ ଲୁଚାଇ ରଖିଥିଲା ବ୍ରାଉନସୁଗାର । ତନ ତନ କରି ଯାଂଚ କରିବା ପରେ, ପୁଲିସକୁ ମିଳିଥିଲା ୧୦୦ ଗ୍ରାମରୁ ଅଧିକ ବ୍ରାଉନସୁଗାର । ୨ ଜଣ ଭେଣ୍ଡର ବିଧାନ ଚନ୍ଦ୍ର ଜୟଧର ଓ ରାହୁଲ ମହାନ୍ତିକୁ ଅବକାରୀ ବିଭାଗ ହାତ କଡି ପିନ୍ଧାଇଥିବା ବେଳେ, ୪ ଡ୍ରଗସ ମାଫିଆ ପୋଲିସ ଆସିବା ପୂର୍ବରୁ ଫେରାର ହୋଇଯାଇଥିଲେ ।

ଫୋନ କଲରେ ହିଁ ଫାଇନାଲ ହେଉଥିଲା ଡିଲ୍ । କିଏ ନେବ କେତେ ଦେବ ଆଉ କେଉଁଠି ଜିନିଷ ଡେଲିଭର ହେବ ସବୁ କିଛି ଫୋନରେ କହି ଦିଆଯାଉଥିଲା । ଏହି ଧନ୍ଦା ରେ ମାଲ୍ ଡେଲିଭର ଦେଇଥିବା ଲୋକେ ଗ୍ରାହକ ପାଖକୁ ସିଧା ସଳଖ ନ ଯାଇ ଅନ୍ୟ ଜଣେ ବ୍ୟକ୍ତିକୁ ଦେଉଥିଲେ ସେ କଟକ ସହରର ବିଭିନ୍ନ ପାନ ଦୋକାନ ଓ ବସ୍ତି ଅଂଚଳରେ ଯୋଗାଣ କରୁଥିଲା । ଏବଂ କଲେଜ ପଢୁଆ ଯୁବକଙ୍କୁ ଛୋଟ ଛୋଟ ପୁଡିଆ କରି ବିକ୍ରି କରାଯାଉଥିଲା ।
ବାଲେଶ୍ୱରରୁ କଟକ ବ୍ରାଉନସୁଗାର ଚାଲାଣ ବେଳେ ଅବକାରୀ ବିଭାଗ ହାତରେ ଧରାପଡିଥିଲେ ଏହି ଦୁଇ ଜଣ । ଏମାନଙ୍କ ଠାରୁ ୨୮୦ ଗ୍ରାମ ବ୍ରାଉନସୁଗାର ଜବତ କରିବା ସହ ଦୁଇଟି ବାଇକ ମଧ୍ୟ ଜବତ କରାଯାଇଥିଲା ।