ଶୀତରେ ଆପଣ ମର୍ଣ୍ଣିଂୱାକ ଯାଇପାରୁନାହାଁନ୍ତି କି ? ଏହାଠୁ ଭଲ ଉପାୟ ଘରେ ବସି ପ୍ରାଣାୟାମ କରନ୍ତୁ

41

ଶୀତରେ ଥଣ୍ଡାରୁ ରକ୍ଷା ପାଇବା ପାଇଁ ଆପଣ ଯଦି ଜିମ୍ କିମ୍ବା ମର୍ଣ୍ଣିଂୱାକରେ ଯାଇପାରୁ ନାହାଁନ୍ତି ,ତେବେ ଆଦୌ ବ୍ୟସ୍ତ ହୁଅନ୍ତୁ ନାହିଁ । ଘରେ ବସି ଆରାମରେ ପ୍ରାଣାୟାମ କରନ୍ତୁ । ପ୍ରତିଦିନ ପ୍ରାଣାୟାମ କରିବା ଫଳରେ ଆପର ସମ୍ପୂର୍ଣ୍ଣ ରୂପରେ ରୋଗମୁକ୍ତ ରହିବା ସହିତ ସାରାଦିନ ସକ୍ରିୟତା ଅନୁଭବ କରିବେ ।ପ୍ରାଣାୟାମ କରିବା ଫଳରେ ଶାରୀରିକ ଗତି ଠିକ୍ ରହିବ । ଶରୀରର କୋଷିକାଗୁଡିକ ଖୁବ ଶକ୍ତିଶାଳୀ ହେବ । ପ୍ରାଣାୟାମରେ ନିଃଶ୍ୱାସ ନେବା ଓ ଛାଡିବା ଫଳରେ ଶରୀରର ପ୍ରତ୍ୟେକ ଅଙ୍ଗକୁ ଅମ୍ଳଜାନ ସଠିକ ଭାବରେ ମିଳିଥାଏ । ଏହା ଫଳରେ ଶରୀରର ବିଷାକ୍ତ ପଦାର୍ଥ ସହଜରେ ବାହାରି ଆସିଥାଏ ।

ରୋଗ ଦୂର କରେ : ଉଚ୍ଚ ରକ୍ତଚାପ, ମଧୁମେହ ଚିନ୍ତାଗ୍ରସ୍ତ ଭଳି ସମସ୍ୟାରୁ ମୁକ୍ତି ମିଳିଥାଏ । ଶରୀରର ହରମୋନ ସ୍ରୋତ ପୂର୍ଣ୍ଣ ରୂପରେ ରିଲାକ୍ସ ହୋଇଥାଏ । ଶ୍ୱାସରୋଗରୁ ରକ୍ଷା ମିଳେ । ଫୁସଫୁସକୁ ଲାଭ ପହଂଚାଏ ।

ତ୍ୱଚା ଉଜ୍ୱଳ କରେ : ପ୍ରାଣାୟାମ ଫଳରେ ପାଚନ ତନ୍ତ୍ରରେ ସୁଧାର ଆସେ ଏବଂ ତ୍ୱଚା ଉଜ୍ୱଳ ହୁଏ ।

ଏକାଗ୍ରତା ବୃଦ୍ଧି : ଏକାଗ୍ରତା ବଢିଥାଏ ଏବଂ ଚିନ୍ତା କମ୍ ହୁଏ । ମସ୍ତିଷ୍କର ତନ୍ତ୍ରିକାଗୁଡିକୁ ରିଲାକ୍ସ କରିଥାଏ । ଯାହା ଫଳରେ ଶରୀରରେ ଅମ୍ଳଜାନ ପ୍ରଭାବ ବଢିଥାଏ ଏବଂ ରକ୍ତ ସଂଚାଳନ ଭଲ ହୁଏ ।

ଓଜନ ହ୍ରାସ : ପ୍ରାଣାୟାମ ଶରୀରକୁ ପୂର୍ଣ୍ଣରୂପରେ ନିୟନ୍ତ୍ରଣ ରଖିବାରେ ସହଯୋଗ କରେ । ବାରମ୍ବାର ଖାଇବାର ଇଚ୍ଛା ଉପରେ ରୋକ୍ ଲଗାଇଥାଏ । ଏହା ଦ୍ୱାରା ଶରୀରରେ ହେଉଥିବା ଅସନ୍ତୁଳନ ଆପେ କମିଯାଏ ଏବଂ ପେଟ ମଧ୍ୟ ବଢେ ନାହିଁ ।