କେନ୍ଦୁଝର ଟାଉନ ଥାନା ଅଂଚଳରୁ ଗୁରୁତର ଅବସ୍ଥାରେ ଯୁବତୀ ଉଦ୍ଧାର ! ଗଣଦୁଷ୍କର୍ମ ପରେ ଫିଙ୍ଗି ଦିଆଯାଇଥିବା ସନ୍ଦେହ

34

କନକ ବ୍ୟୁରୋ : କେନ୍ଦୁଝର ଟାଉନ ଥାନା ଅଂଚଳରୁ ଗୁରୁତର ଅବସ୍ଥାରେ ଯୁବତୀ ଉଦ୍ଧାର । ଆଜି ସକାଳେ ଗୁରୁତର ଅବସ୍ଥାରେ ଯୁବତୀ ଜଣଙ୍କୁ ଉଦ୍ଧାର କରାଯାଇଛି । ଏହାପରେ ତାଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିିକିତ୍ସାଳୟରେ ଭର୍ତି କରାଯାଇଛି ।

ଗଣଦୁଷ୍କର୍ମ ପରେ ଯୁବତୀକୁ ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି । ତେବେ ଯୁବତୀ ଜଣଙ୍କ ୮ଜଣ ଦିନ ହେବ ଘରୁ ନିଖୋଜ ଥିଲେ । ଏନେଇ ଥାନାରେ ପରିବାର ପକ୍ଷରୁ ଅଭିଯୋଗ କରାଯାଇଥିଲା । କିନ୍ତୁ ଯୁବତୀର ଟେର ପାଇନଥିଲା ପୁଲିସ୍ । ଆଜି ଯୁବତୀଙ୍କୁ ଏଭଳି ଅବସ୍ଥାରେ ଉଦ୍ଧାର କରାଯିବା ପରେ ସ୍ଥାନୀୟ ଅଂଚଳରେ ଉଦବେଗ ପ୍ରକାଶ ପାଇଛି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।