ରାଜଧାନୀରେ ଭାଇକୁ ହାଣିଲା ଭାଇ: ହତ୍ୟା ପରେ ଫଟୋ ସେୟାର କରି, ଲେଖିଲା ‘ପକ୍କା ଖୁସି ତ’

1,110

କନକ ବ୍ୟୁରୋ: ଭାଇକୁ ହାଣିଲା ଭାଇ । ଖଣ୍ଡାରେ ହାଣିଲା, ହାଣିଲା ପରେ ଖୁସି ଅଛ କି ନାହିଁ ବୋଲି ଫେସବୁକରେ ପୋଷ୍ଟ କରି ପଚାରିଲା । ଭୁବନେଶ୍ୱର ଏୟାରଫିଲ୍ଡ ଥାନା ଅଧିନ ବୋତଣ୍ଡା ଅଂଚଳର ପ୍ରକାଶ ବେହେରାଙ୍କୁ ତାଙ୍କ ସାନ ଭାଇ ରାକେଶ ବେହେରା ଖଣ୍ଡାରେ ହାଣି ଲହୁ ଲୁହାଣ କରିଥିବା ଅଭିଯୋଗ ହୋଇଛି । ସାମାନ୍ୟ କଳହକୁ କେନ୍ଦ୍ର କରି ବଡ ଭାଇକୁ ସାନ ଭାଇ ଖଣ୍ଡାରେ ଆକ୍ରମଣ କରିଥିବା ନେଇ ଏୟାରଫିଲ୍ଡ ଥାନାରେ ଅଭିଯୋଗ ହୋଇଛି ।

ଅଭିଯୁକ୍ତ ରାକେଶ ବେହେରା ଖଣ୍ଡାରେ ହାଣି ସାରିବା ପରେ ଗେଟ ବାହାରକୁ ଘୋଷାଡି ନେଇ ସଙ୍ଘବଦ୍ଧ ଭାବରେ ଆକ୍ରମଣର ଫୁଟେଜ ସାମ୍ନାକୁ ଆସିଛି । ଏପରିକି ହାଣି ସାରିବା ପରେ ଅଭିଯୁକ୍ତ ଜଣକ ଫିଲ୍ମ ଷ୍ଟାଇଲରେ ସୋସିଆଲ ମିଡିଆରେ ଏକ ଫଟୋ ସେୟାର କରି ‘ପକ୍କା ଖୁସି ତ’ ବୋଲି ଲେଖି ପୋଷ୍ଟ କରିଛି । ଅଭିଯୁକ୍ତର ଆକ୍ରମଣ ପରେ ଆହତ ହୋଇଥିବା ଏବଂ କୋଭିଡରେ ଆକ୍ରାନ୍ତ ଥିବା ପ୍ରକାଶ ବେହେରା ଓ ତାଙ୍କ ସ୍ତ୍ରୀଙ୍କୁ ଏମ୍ସରେ ଭର୍ତି କରାଯାଇଛି । ଏହାସହ ରାକେଶ ବେହେରା ଓରଫ ରାକା ନାଁରେ ଥାନାରେ ଅଭିଯୋଗ ହୋଇଛି । ଘଟଣା ୩୦ତାରିଖ ଦିନ ଘଟିଥିବା ବେଳେ ଘଟଣାର ସିସିଟିଭି ଫୁଟେଜ ନେଇ ପୋଲିସ ତଦନ୍ତ ଆରମ୍ଭ କରିଛି । ସେପଟେ ମୁଖ୍ୟ ଅଭିଯୁକ୍ତ ଏବେବି ଫେରାର ଅଛି ।