୩ ବର୍ଷ ହେଲା ଅନ୍ଧାରରେ ରମେଶ ମଲ୍ଲିକଙ୍କ ଘର: ବର୍ଷେ ତଳୁ ଟଙ୍କା ନେଇ ବି ବିଜୁଳି ସଂଯୋଗ ଦେଉନି ବିଦ୍ୟୁତ୍ ବିତରଣକାରୀ ସଂସ୍ଥା

92

କନକ ବ୍ୟୁରୋ: ଆଜି ବି ବିଜୁଳି ପାଇଁ କଲବଲ ହେଉଛନ୍ତି ଲୋକ । ଘରେ ଅଛି ମାଟ୍ରିକ ପଢ଼ୁଆ ଦିବ୍ୟାଙ୍ଗ ଝିଅ, ବିଜୁଳି ନଥିବାରୁ ସଂଜ ନଇଁଲେ ପାଠପଢ଼ା ବନ୍ଦ ହୋଇଯାଉଛି । ଦିନ ରୋଷେଇରେ ରାତି ଖାଇବା ଚଳିଯାଉଥିବା ବେଳେ ପ୍ରବଳ ଗରମ ଯୋଗୁଁ ପୁରା ପରିବାର ରାତି ଅନିଦ୍ରା ହେଉଛନ୍ତି । ସେପଟେ ବିଜୁଳି ପାଇଁ ସମସ୍ତ ଦେୟ ନେଇ ମଧ୍ୟ ବିଜୁଳି ବିତରକ ସଂସ୍ଥା ବିଜୁଳି ସଂଯୋଗ ଦେଉନାହିଁ । ବିଜୁଳି ବ୍ୟବସ୍ଥାର ବିକଳ ଚିତ୍ର ଆସିଛି ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ଇଜାପୁର ପଂଚାୟତରୁ ।

ଯାଜପୁର ଜିଲ୍ଲାରେ ଉନ୍ନତ ସେବା ଓ ବିକାଶ ସମସ୍ତଙ୍କ ଭାଗ୍ୟରେ ଜୁଟୁନି । ଯାହାର ଜ୍ୱଳନ୍ତ ଉଦାହରଣ ହେଇଛନ୍ତି ଯାଜପୁର ଦଶରଥପୁର ବ୍ଳକ ଇଜାପୁର ଅଂଚଳର ରମେଶ ମଲ୍ଲିକ । ଜିଲ୍ଲା ମୁଖ୍ୟାଳୟ ଠାରୁ ମାତ୍ର ୮ କିମି ଦୂରରେ ରହି ଅନ୍ଧାରରେ ରାତି କାଟୁଛନ୍ତି ରମେଶଙ୍କ ପରିବାର । ବିଜୁଳି ପାଇଁ ଆବେଦନ କରିଥିଲ ବି ବିଜୁଳି୍ ବିତରକ ସଂସ୍ଥା ବିଦ୍ୟୁତ୍ ସଂଯୋଗ ଦେଉନାହିଁ । ଫଳରେ ବର୍ଷ ବର୍ଷ ଧରି ସଂଘର୍ଷ କରି ଅନ୍ଧାରୀ ଜୀବନ କାଟୁଛନ୍ତି ଦଶରଥପୁର ବ୍ଳକ ଇଜାପୁର ଅଂଚଳର ରମେଶ ମଲ୍ଲିକ ।

ପରିବାର କହିଲେ ମାଟ୍ରିକ ପଢ଼ୁଆ ଦିବ୍ୟାଙ୍ଗ ଝିଅ ଓ ପତ୍ନୀ । ଅଟୋ ପରିବାର ପ୍ରତିପୋଷଣ କରୁଥିବା ରମେଶ ୩ ବର୍ଷ ହେଲା ଛାତ ଘରଟିଏ କରିଛନ୍ତି । ଘର ଭିତରେ ବିଜୁଳି ସଂଯୋଗ ବ୍ୟବସ୍ଥା କରିଛନ୍ତି । ହେଲେ ଏଯାଏଁ ବିଜୁଳି ସଂଯୋଗ ହୋପଇପର୍ିନାହିଁ । ତେଣୁ ବିନା ବିଜୁଳିରେ କଲବଲ ହେଉଛନ୍ତି ରମେଶଙ୍କ ପରିବାର ।

ରମେଶ ବର୍ଷେ ହେବ ବିଜୁଳି ସଂଯୋଗ ପାଇଁ ବିଭାଗ ପାଖରେ ଆବେଦନ କରିଛନ୍ତି । ତେବେ ବିଭାଗ ନିର୍ଦ୍ଦେଶରେ ୧୨୦ ମିଟର ତାର ଓ ୩ଟି ବିଦ୍ୟୁତ ଖୁଂଟ ପାଇଁ ୨୪ ହଜା ଟଙ୍କା ଦେଇଛନ୍ତି । ହେଲେ ଆଜି ଯାଏଁ ବିଜୁଳି ସଂଯୋଗ ହୋଇନାହିଁ । ବିଜୁଳି ନଥିବାରୁ ସଂଜ ନଇଁଲେ ଅନ୍ଧାର ରାଜୁତି କରୁଥିବା ବେଳେ ପାଠ ପଢି ପାରୁନାହି ଦିବ୍ୟାଙ୍ଗ ଝିଅ ।