‘ସହମତିରେ ସମ୍ପର୍କ ରଖିବା ପରେ ଦୁଷ୍କର୍ମର ଅଭିଯୋଗ ଆଣିବା ଭିତ୍ତିହୀନ’: ବମ୍ବେ ହାଇକୋର୍ଟଙ୍କ ନିଷ୍ପତ୍ତି ।

203

ବ୍ୟୁରୋ ରିପୋର୍ଟ: ପରସ୍ପରର ସହମତିରେ ଶାରୀରିକ ସମ୍ପର୍କ ଥାଇ ବି ପରେ ସମ୍ପର୍କ ଖରାପ ହେଲେ କେହି ଦୁଷ୍କର୍ମର ଅଭିଯୋଗ ଗ୍ରହଣୀୟ ନୁହେଁ । କୌଣସି କାରଣରୁ ଦୁହେଁ ବିବାହ କରିପାରିନଥିଲେ । ଫଳରେ ଆଇନର ଆଶ୍ରୟ ନେଇ ପ୍ରେମିକ ଉପରେ ଦୁଷ୍କର୍ମର ଅଭିଯୋଗ ଆଣିଥିଲେ ମହିଳା ।

ସୂଚନା ମୁତାବକ, ୨୦୧୬ ରେ ଜନୈକ ମହିଳା କୋର୍ଟର ଦ୍ୱାରସ୍ଥ ହୋଇ ନିଜ ଉପରେ ପ୍ରେମିକ ବିବାହ ପ୍ରଲୋଭନ ଦେଖାଇ ଦୁଷ୍କର୍ମ କରିଥିବା ଅ୍ରଭିଯୋଗ କରିଥିଲେ । ଏହାର ଶୁଣାଣି କରି ଉପରୋକ୍ତ ଗୁରୁତ୍ୱପୂର୍ଣ୍ଣ ଶୁଣାଣି କରିଛନ୍ତି ବିମ୍ବେ ହାଇକୋର୍ଟ । କୋର୍ଟ କହିଛନ୍ତି ଯେ, ଦୁହେଁ ଦୀର୍ଘ ୮ ବର୍ଷ ଏକାଠି ରହିଥିଲେ । ଏହି ସମୟରେ ଦୁହିଁଙ୍କ ସମୟରେ ଯେଉଁ ସମ୍ପର୍କ ରହିଥିଲା, ତାହା ମହିଳାଙ୍କ ଅସହମତିରେ ନୁହେଁ ବରଂ ତାଙ୍କର ସହମତିରେ ରହିଥିବ । ସବୁ ସମୟରେ ଦୁହିଁଙ୍କ ମଧ୍ୟରେ ସମ୍ପର୍କ ସ୍ଥାପନ କେବଳ ବିବାହ ସର୍ତ୍ତକୁ ନେଇ ହୋଇନଥିବ । ସବୁଠାରୁ ବଡ କଥା ହେଉଛି । ଦୁହେଁ ଯଥେଷ୍ଟ ବୁଝିବା ଶକ୍ତି ଥିବା ବୟସରେ ଥିଲେ । ତେଣୁ କୌଣସି କାରଣରୁ ସମ୍ପର୍କରେ ଫାଟ ସୃଷ୍ଟି ହେବାରୁ ପୁରୁଷ ବନ୍ଧୁ ଉପରେ ଦୁଷ୍କର୍ମ ଅଭିଯୋଗ ଆଣିବା ସମ୍ପୂର୍ଣ୍ଣ ଭୁଲ । ତେଣୁ ଏହି ମାମଲାକୁ ଖାରଜ କରିଛନ୍ତି ବମ୍ବେ ହାଇକୋର୍ଟ ।