କନକ ବ୍ୟୁରୋ : ବାପା ମା’ଙ୍କ ପ୍ରତି ହୋଇଥିବା ନିର୍ଯାତନା ଉପରେ ନ୍ୟାୟ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲା ଝିଅ । ପରିବାରକୁ କଙ୍ଗାରୁ କୋର୍ଟରେ ଦିଆଯାଇଥିବା ଦଣ୍ଡର ବିଚାର କରି ନିଜ ଘରକୁ ଫେରିବା ପାଇଁ ମୋଦିଙ୍କୁ ଚିଠିରେ ନିବେଦନ କରିଛି ୧୧ ବର୍ଷର କୁନି ଝିଅ ଶୁଭଶ୍ରୀ ।
Kanak News is now on WhatsApp
Join and get latest news updates delivered to you via WhatsApp
୧୨ ଦିନ ଧରି ଭିଟାମାଟି ଛାଡି ଅନ୍ୟତ୍ର ଆଶ୍ରୟ ନେଇଛନ୍ତି କଟକ ଜିଲ୍ଲା ନିଆଳୀ ପୋଖରୀ ଗାଁର ଉଗ୍ରସେନଙ୍କ ପରିବାର । ଜମିବାଡି ବିବାଦକୁ ନେଇ ଗାଁ କଙ୍ଗାରୁ କୋର୍ଟରେ ଦିଆଯାଇଥିବା ଦଣ୍ଡ ବିରୋଧରେ ପୀଡିତ ପରିବାର ନିଆଳୀ ଥାନାକୁ ଯାଇଥିଲେ ସୁଦ୍ଧା ଏତଲା ଗ୍ରହଣ କରିନଥିଲେ ଥାନା ଅଧିକାରୀ ।
ଶେଷରେ କଟକ ଜିଲ୍ଲା ଏସପି, ଡିଜି, ଏସଡିପିଓ ଅଡଶପୁରଙ୍କ ନିକଟରେ ଫେରାଦ ହୋଇଥିଲେ ଉଗ୍ରସେନ । ସେଠାରୁ ବି ମିଳିଲାନି ନ୍ୟାୟ । ଶେଷରେ ଭିଟା ମାଟିକୁ ଫେରିବାକୁ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛି ଉଗ୍ରସେନଙ୍କ ଝିଅ ଶୁଭଶ୍ରୀ । ନିଜ ବାପାଙ୍କ ପ୍ରତି ହୋଇଥିବା ଅନ୍ୟାୟ ଅତ୍ୟାଚାର ବିରୋଧରେ ନ୍ୟାୟ ପାଇଁଁ ଚିଠିରେ ନିବେଦନ କରିଛି ଶୁଭଶ୍ରୀ ।