ସୋନାଲି ଫୋଗଟଙ୍କ ମୃତ୍ୟୁ ମାମଲା, ପୋଷ୍ଟମର୍ଟମ୍ ରିପୋର୍ଟରେ ଆସିଲା ଚାଞ୍ଚଲ୍ୟକର ତଥ୍ୟ

277

କନକ ବ୍ୟୁରୋ : ଟିକ୍ ଟକ୍ ଷ୍ଟାର ତଥା ବିଜେପି ନେତ୍ରୀ ସୋନାଲି ଫୋଗଟଙ୍କ ମୃତ୍ୟୁ ମାମଲାକୁ ନେଇ ଏବେ ଜୋରଦାର ଚର୍ଚ୍ଚା ହେଉଛି । ଗୋଟିଏ ପଟେ ସୋନାଲିଙ୍କ ମୃତ୍ୟୁକୁ କିଛି ଲୋକ ଆତ୍ମହତ୍ୟା କହୁଥିବା ବେଳେ ଆଜି ଗୋଆ ପୋଲିସ ଏହାକୁ ଏକ ହତ୍ୟାମାମଲା ବୋଲି କହି ମାମଲା ରୁଜୁ କରିଛି । ହେଲେ ଏବେ ଆସିଛି ସୋନାଲିଙ୍କ ପୋଷ୍ଟମର୍ଟମ ରିପୋର୍ଟ । ଜଣେ ଅଧିକାରୀଙ୍କ ସୂତ୍ରରୁ ମିଳିଥିବା ସୂଚନା ମୁତାବକ ସୋନାଲିଙ୍କ ମୃତ ଶରୀରରେ ରହିଛି ଅନେକ କ୍ଷତ ଚିହ୍ନ । ଏହାକୁ ଆଧାର କରି ଗୋଆ ପୋଲିସ ହତ୍ୟା ମାମଲା ରୁଜୁ କରିଛି । ଏହାସହ ଏହି ମାଲାରେ ସୁଧୀର ସଂଗବାନ ଓ ସୁଖବିନ୍ଦର ବାସୀକୁ ଗୋଆ ପୋଲିସ ଅଭିଯୁକ୍ତ ଭାବେ ନେଇଛି । ଅଗଷ୍ଟ ୨୨ ତାରିଖରେ ସୋନାଲି ଫୋଗଟ ଯେତେବେଳେ ଗୋଆ ପହଂଚିଥିଲେ ସେତେବେଳେ ଉଭୟ ସୁଧୀର ଓ ସୁଖବିନ୍ଦର ତାଙ୍କ ସହ ଥିବା କଥା ପ୍ରମାଣ ହୋଇଛି ।

ସୂଚନା ଥାଉକି ହରିଆଣାର ହିସାରରେ ରହୁଥିବା ସୋନାଲିଙ୍କ ସନ୍ଦିଗ୍ଧ ହୃଦଘାତ ହୋଇଛି ଭାବି ତାଙ୍କୁ ନର୍ଥ ଗୋଆର ସେଣ୍ଟ ଆନ୍ଥୋନୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ହସ୍ପିଟାଲରେ ପହଂଚିବା ପୂର୍ବରୁ ତାଙ୍କର ମୃତ୍ୟୁ ହୋଇସାରିଥିବା ଡାକ୍ତର କହିଥିଲେ । ଏହାପରେ ପୋଲିସ ତରଫରୁ ଏହା ଏକ ସ୍ୱାଭାବିକ ମୃତ୍ୟୁ ବୋଲି କହିଥିଲା । ହେଲେ ଢାକାରେ ରହୁଥିବା ସୋନାଲିଙ୍କ ଭାଇ ଗୋଆ ପୋଲିସରେ ଅଭିଯୋଗ କରିଥିଲେ କି ସୋନାଲିଙ୍କୁ ତାଙ୍କ ବନ୍ଧୁମାନେ ହତ୍ୟା କରିଛନ୍ତି । ଏହାପରେ ପୋଲିସ ସୋନାଲିଙ୍କ ମୃତଦେହକୁ ପୋଷ୍ଟମର୍ଟମ କରିଛି ଓ ହତ୍ୟା ଆଧାରରେ ମାମଲା ରୁଜୁ କରିଛି ।