ଲୁଟ୍ ପାଇଁ ଫୋନ କରି ଠକ କହିଲା ଠକାମୀର କାହାଣୀ, କେମିତି ହୋଟେଲ ବୟରୁ ପାଲଟିଗଲା ସାଇବର ଠକ ପଢନ୍ତୁ …

116

କନକ ବ୍ୟୁରୋ: ମୁଁ ଗୋଟିଏ ସାଇବର ଠକ । ଠକିବା ମୋର ପେସା ନଥିଲା ମୁଁ ବି ଦିନେ ସ୍ୱଳ୍ପ ବେତନରେ ମୁମ୍ବାଇର ଏକ ହୋଟଲରେ କାମ କରୁଥିଲି । ସାଇବର ଠକ ଦ୍ୱାରା ଠକାମୀର ଶିକାର ହୋଇ ବିହାର ଫେରିଆସି ଏକ ବନ୍ଧୁଙ୍କ ସହାୟତାରେ ପାଲଟିଗଲି ସାଇବର ଠକ । ମୋ ଜାଲରେ ପଡୁଥିବା ଲୋକଙ୍କ ଭିତରେ ଯାହାକୁ ଗରିବ ଓ ଅସହାୟ ମନେ କରେ ତାଙ୍କର ସଠିକ ତଥ୍ୟ ପ୍ରମାଣ ପାଇବା ପରେ ତାଙ୍କୁ ଟଙ୍କା ଫେରସ୍ତ କରେ । ଆଉ ଧନୀ ଲୋକ ଓ ବ୍ୟବସାୟୀ ତଥା ପୋଲିସଙ୍କୁ ଲୁଟ କରେ । ଜଣେ ସାଇବର ଠକ ମୋର ପରିଶ୍ରମର ଫଳକୁ ସବୁ ନେଇଯିବାପରେ ମୁଁ ବି ପାଲଟିଯାଇଛି ଠକ ।