ବନ୍ୟାବିପତ୍ତି ସମୟରେ ମହିଳାଙ୍କ ସ୍ୱାସ୍ଥ୍ୟକୁ ଗୁରୁତ୍ୱ, ବନ୍ୟାଞ୍ଚଳରେ ସାନିଟାରୀ ପ୍ୟାଡ୍ ବାଣ୍ଟିଲେ ଅଙ୍କିତା

132

କନକ ବ୍ୟୁରୋ: ବନ୍ୟାରେ ଓଡ଼ିଶାର ଅନେକ ଅଞ୍ଚଳରେ ଲୋକେ ବିପନ୍ନ ହୋଇ ପଡିଛନ୍ତି । ହଜାର ହଜାର ହେକ୍ଟର ଚାଷଜମିରୁ ଧାନଫସଲ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଅନେକ ଅଞ୍ଚଳରେ ଜଳନିଷ୍କାସନ ହୋଇପାରିନାହିଁ । କିଏ ଖାଇବାକୁ ପାଉନି ତ କିଏ ଘର ଭାଙ୍ଗି ଯାଇଥିବାରୁ ପାଲଟାଣି ଜୀବନ ବିତାଉଛି । ଏହି ବନ୍ୟା ବିପନ୍ନଙ୍କ ଦୁଃଖ ଦେଖି ତାଙ୍କୁ ସହାୟତା ର ହାତ ବଢ଼ାଇଛନ୍ତି ଢେଙ୍କାନାଳର ପ୍ୟାଡ ଓମେନ ଭାବେ ପରିଚିତ ସାମ୍ବାଦିକା ଅଙ୍କିତା ସାହୁ ।

ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ବ୍ଲକ ପମ୍ପାଲୋ ପଞ୍ଚାୟତର ଡେଙ୍ଗ, ହୋଇକେରା , ଦରଡା , ବିଶୁଆଳି । ଭଦ୍ରକ ଜିଲ୍ଲାର ତିହିଡି,ଚାନ୍ଦବାଲି ବ୍ଳକ୍। ଅନୁଗୁଳ ଜିଲ୍ଲା ଟିକରପଡ଼ା ପଞ୍ଚାୟତ । କଟକ ଜିଲ୍ଲାର ବାଙ୍କୀ ବ୍ଲକର ଓସ୍ତିଆ ଏବଂ ଫୁଲବାଡ଼ି ଗାଁରେ ପହଞ୍ଚି ମହିଳାଙ୍କୁ ସାନିଟାରୀ ପ୍ୟାଡ୍ ସହ ବିଭିନ୍ନ ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀ ବଣ୍ଟନ କରିଛନ୍ତି ।

କେବଳ ଆଜି ନୁହେଁ ଗତ ୮ ବର୍ଷ ହେବ ମହିଳାଙ୍କ ସ୍ଵଚ୍ଛତା ସୁରକ୍ଷା ଉପରେ କାମକରି ଆସୁଛନ୍ତି । ସେ ଢେଙ୍କାନାଳ ଜିଲ୍ଲା ସହ ରାଜ୍ୟର ବିଭିନ୍ନ ଅଞ୍ଚଳରେ ନିଜ ଖର୍ଚ୍ଚରେ ସାନିଟାରୀ ପ୍ୟାଡ୍ ବଣ୍ଟନ କରିବା ସହ ସଚେତନତାମୂଳକ କାର୍ୟ୍ୟ କରିଆସୁଛନ୍ତି ।