କାଳବୈଶାଖୀ ଓ ବିଦ୍ୟୁତ ବିଭ୍ରାଟକୁ ନେଇ ବିଜେଡିକୁ ଟାର୍ଗେଟ କଲା ବିଜେପି । ପଢନ୍ତୁ, କଣ ଜବାବ ରଖିଲା ବିଜେଡି…

418

କନକ ବ୍ୟୁରୋ: ରାଜଧାନୀରେ ଗତକାଲି କାଳବୈଶାଖୀ ଓ ବିଦ୍ୟୁତ ବିଭ୍ରାଟ ଯୋଗୁ ବିଭିନ୍ନ ପ୍ରତ୍ରିକିୟା ଦେଖିବାକୁ ମିଳିଛି । ମୁଖ୍ୟଶାସନ ସଚିବଙ୍କ ଟୁଇଟ ନେଇ ବିଜେଡିକୁ ଟାର୍ଗେଟ କରିଛି ବିଜେପି । ବିଜେଡି ସରକାର ଡିସକମ କମ୍ପାନୀ ପାଖରେ ବିକ୍ରି ହୋଇଯାଇଛି । ଏପରିକି ଗାଁ ଗହଳିର ପରିସ୍ଥିତି ଭୁବନେଶ୍ୱରରେ ଦେଖିବାକୁ ମିଳିଥିବା କହିିଛି ଦଳ । ଗତକାଲି ଝଡବର୍ଷା ଯୋଗୁ ୪ରୁ ୫ଘଣ୍ଟା ବିଦ୍ୟୁତ ସରବରାହ ବନ୍ଦ ରହିଥିଲା । ଶକ୍ତି ବିଭାଗ ଓ ବିଦ୍ୟୁତ ବିତରଣ କମ୍ପାନୀ ଏଥିପ୍ରତି ଗୁରୁତ୍ୱ ଦେଇଥିଲେ ଏହିଭଳି ସ୍ଥିତି ଉପୁଜିନଥାନ୍ତା । ମାତ୍ର ୧୫ରୁ ୨୦ ମିନିଟ ପବନରେ ଏହିଭଳି ସ୍ଥିତି ହୋଇଛି ଯଦି ଅଧିକ ସମୟ ହୋଇଥାନ୍ତା ତେବେ ପରିସ୍ଥିତି ଅଣାୟତ ହୋଇଥାନ୍ତା । ସରକାରଙ୍କ ଗୁରୁତ୍ୱ ନଥିବା ବେଳେ ଟାଟା ପାୱାର ଲୋକଙ୍କୁ ରୀତିମତ ଶୋଷଣ କରୁଥିବା ଅଭିଯୋଗ କରିଛି ଦଳ । ସେପଟେ ଉପଭୋକ୍ତା କିଭଳି ହଇରାଣ ନହୋଇ ସୁବିଧାରେ ବିଦ୍ୟୁତ ପାଇବେ ସେ ନେଇ ଉଚିତ ପଦକ୍ଷେପ ନେବାକୁ କହିଛି ବିଜେଡ଼ି ।