ବିଧାୟକ ପ୍ରଭାତ ବିଶ୍ୱାଳ ଗିରଫ ହେବା ପରେ ବିଜେପିର ଟାର୍ଗେଟ୍ ପ୍ରସନ୍ନ ଆଚାର୍ଯ୍ୟ !

29

କନକ ବ୍ୟୁରୋ : ବିଜେଡି ବିଧାୟକ ପ୍ରଭାତ ବିଶ୍ୱାଳଙ୍କ ଗିରଫଦାରୀ ନେଇ ପ୍ରେସମିଟ କରିବା ସହିତ ସାସଂଦ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଟାର୍ଗେଟþ କରିଛି ବିଜେପି । ପ୍ରସନ୍ନ ଆଚାର୍ଯ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ଥିଲା ବେଳେ ସିସୋର ସହ ଚୁକ୍ତିନାମ କରିଥିଲେ । ଓଟିଡିସି ସହ ସିସୋରର କ’ଣ ଚୁକ୍ତିନାମା ହୋଇଥିଲେ ସେ ନେଇ ସରକାର ଉତ୍ତର ଦିଅନ୍ତୁ ବୋଲି ବିଜେପି ଦାବି କରିଛି । ସେପଟେ ଜବାବ ରଖିଛନ୍ତି ପ୍ରସନ୍ନ ଆଚାର୍ଯ୍ୟ । କହିଛନ୍ତି, ବିଜେପି ନିଦରୁ ଉଠିଲା ଭଳି ହେଉଛି ।

ସୂଚନା ମୁତାବକ, ସୋମବାର ରାତିରେ ବିଜେଡି ବିଧାୟକ ପ୍ରଭାତ ବିଶ୍ୱାଳଙ୍କୁ ପଚରାଉଚରା ପାଇଁ ଡାକି ନେବା ପରେ ଗିରଫ କରିଥିଲା ସିବିଆଇ । ସିସୋର ସହ ଜମି କାରବାର ମାମଲାରେ ପ୍ରଭାତ ବିଶ୍ୱାଳ ଗିରଫ କରିଥିଲା ସିବିଆଇ । ତେବେ ଗିରଫ ପରେ ମାରାଥାନ ଜେରା କରି କୋର୍ଟ ଚାଲାଣ କରିଥିଲା ସିବିଆଇ ।

ରିମାଣ୍ଡର ଦ୍ୱିତୀୟ ଦିନରେ ପ୍ରଭାତ ବିଶ୍ୱାଳଙ୍କୁ ଚାଲିଛି ମାରାଥନ ଜେରା । ସିସୋର ସହ ଜମି କାରବାର ଓ ପତ୍ନୀଙ୍କ ଆକାଉଂଟକୁ ଆସିଥିବା ଟଙ୍କା ନେଇ ପଚରା ଉଚରା କରୁଛି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା । ଗତକାଲି ରାତିରେ ପ୍ରଭାତଙ୍କ ସମ୍ପର୍କୀୟଙ୍କ ଘରେ ସିବିଆଇ ଚଢାଉ କରିଛି ।