ନିର୍ବାଚନ ପ୍ରଚାରରେ ଗଲେନି ବୋଲି ସ୍ତ୍ରୀକୁ ମାରି ଆତ୍ମହତ୍ୟା କଲେ ବିଜେପି ନେତା ।

265

କନକ ବ୍ୟୁରୋ: ବିହାର ମୁଙ୍ଗେରରେ ଏବେ ଚାଲିଛି ମେୟର ପଦବୀ ପାଇଁ ଜୋରଦାର ପ୍ରଚାର । ହେଲେ ଏପରି ସମୟରେ ଏଠାରୁ ଆସିଛି ଏକ ଦୁଃଖଦ ଘଟଣା । ପ୍ରଚାରରେ ନଯିବାରୁ ରାଗରେ ନିଜ ପତ୍ନୀଙ୍କୁ ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା କରିଛନ୍ତି ବିଜେପି ନେତା । ମେୟର ପଦ ପାଇଁ ପ୍ରାର୍ଥୀ ହୋଇଥିଲେ ଏଠିକାର ବିଜେପି ନେତା ଅରୁଣ ଯାଦବଙ୍କ ପତ୍ନୀ ପ୍ରତି କୁମାରୀ ।ହେଲେ କୌଣସି କାରଣରୁ ଥକିଯାଇଥବା କହି ପ୍ରଚାରକୁ ଯାଇପାରିବେ ନାହି ବୋଲି କହିବାରୁ ସ୍ୱୀମୀ ଅରୁଣ ଯାଦବଙ୍କୁ ପ୍ରଥମେ ତାଙ୍କୁ ମାରିବା ପରେ ନିଜେ ଆତ୍ମହତ୍ୟା କରିଥିଲେ ।

କୋତବାଲି ଥାନା ଅନ୍ତର୍ଗତ ଲାଲ ଦରୱାଜା ମୋହଲ୍ଲାରେ ୧୬ ତାରିଖରେ ଘଟିଛି ଏପରି ଘଟଣା । ଘଟଣାର ସପ୍ତାହକ ପୂର୍ବରୁ ପ୍ରୀତି କୁମାରୀ ଅସୁସ୍ଥତା କାରଣରୁ ଡାକ୍ତରୀ ପରୀକ୍ଷା ପାଇଁ ପାଟନା ଯାଇଥିଲେ । ସେଠାରୁ ଫେରିବା ପରେ ଆଉ ଜନସମ୍ପର୍କରେ ଯୋଗ ଦେବାକୁ ସେ ଇଚ୍ଛା ପ୍ରକାଶ କରିନଥିଲେ । ବରଂ ଭଲ ଲାଗିଲେ ଆରଦିନ ଯିବେ ବୋଲି ସ୍ୱାମୀ ଅରୁଣଙ୍କୁ କହିଥିଲେ । ହେଲେ ଏତିକିରେ ଅରୁଣ ଯାଦବଙ୍କର ରାଗ ପଞ୍ଚମ ହୋଇଥିଲା । ରିଭଲବର ଆଣି ପ୍ରଥମେ ପତ୍ନୀ ପ୍ରୀତି କୁମାରୀଙ୍କୁ ଗୁଳି ମାରିବା ପରେ ନିଜକୁ ମଧ୍ୟ ଗୁଳି କରିଥିଲେ । ଘରେ ଏପରି ଗୁଳି ଶବ୍ଦ ଶୁଣି ପଡୋଶୀମାନେ ଆସି ଘର କବାଟ ବାଡେଇଥିଲେ ବି କୌଣସି ଉତ୍ତର ମିଳିନଥିଲା । ଏହାପରେ ଝରକା ପଟେ ଯାଇ ଦେଖିବା ବେଳକୁ ଚଟ୍ଟାଣ ଉପରେ ଦୁହିଁଙ୍କ ଶରୀର ରକ୍ତ ଜୁଡୁବୁଡୁ ହୋଇ ନିସ୍ତେଜ ହୋଇ ପଡିଥିଲା ।

ଅରୁଣ ଯାଦବ ବିପେିର ଓବିସି ମୋର୍ଚ୍ଚାର ଜିଲ୍ଲା ଉପାଧ୍ୟକ୍ଷ ଥିବାବେଳେ ତାଙ୍କ ପତ୍ନୀ ପ୍ରତି କୁମାରୀ ମୁଙ୍ଗେର ନିଗମରେ ହେବାକୁ ଥିବା ମେୟର ପଦ ପାଇଁ ଆଶାୟୀ ପ୍ରାର୍ଥୀ ହୋଇଥିଲେ ।