ପରିବାର ସହ ଜୀବନ ହାରିଲେ ବିଜେପି ନେତା । ପୁଅର ଅସୁସ୍ଥତା ଯୋଗୁଁ ଚିନ୍ତାରେ ଥିଲେ

1,226

କନକ ବ୍ୟୁରୋ: ମଧ୍ୟପ୍ରଦେଶ ବିଦିଶାରେ ଘଟିଛି ଛାତିଥରା ଘଟଣା । ପୁଅର ଅସୁସ୍ଥତାକୁ ନେଇ ଚିନ୍ତାରେ ଥିବା ବିଜେପି ନେତା ସଞ୍ଜିବ ମିଶ୍ରା ନିଜର ୨ ପୁଅ, ସ୍ତ୍ରୀଙ୍କୁ ବିଷ ଦେବା ସହ ନିଜେ ବିଷ ପିଇ ଜୀବନ ହାରିଛନ୍ତି । ମୃତ୍ୟୁ ପୂର୍ବରୁ ତାଙ୍କର ଏକ ପୋଷ୍ଟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ମୃତ୍ୟୁ ପୂର୍ବରୁ ସେ ଲେଖିଛନ୍ତି ଯେ, ‘ ହେ ଈଶ୍ୱର ! ଏଭଳି ରୋଗ ଶତ୍ରୁକୁ ବି ନମିଳୁ, ମସ୍କୁଲାର ଡିଷ୍ଟ୍ରଫି ଡିଏମଡି’ ।

ଏହି ପୋଷ୍ଟ ଦେଖିବା ପରେ ତାଙ୍କର ଜଣେ ସମ୍ପର୍କୀୟ ସଞ୍ଜିବଙ୍କ ଘରେ ପହଞ୍ଚିଥିଲେ । କବାଟ ବାଡେଇବା ପରେ ନଖୋଲିବାରୁ କବାଟ ଭାଙ୍ଗି ପଶିଥିଲେ । ରୁମ ଭିତରେ ୪ଜଣ ଯାକ ଅଚେତ ହୋଇ ପଡିଥିବାର ଦେଖିଲେ । ଘଟଣାସ୍ଥଳରେ ହିଁ ୨ ପୁଅଙ୍କର ମୃତ୍ୟୁ ହୋଇସାରିଥିବାବେଳେ ସ୍ୱାମୀ, ସ୍ତ୍ରୀଙ୍କୁ ତୁରନ୍ତ ହସ୍ପିଟାଲ ନେଇଯାଇଥିଲେ । ହେଲେ ଚିକିତ୍ସା ମଧ୍ୟରେ ଦୁଇଜଣଙ୍କର ମୃତ୍ୟୁ ହୋଇଛି ।