ମାଘରେ ମାଡି ଆସିଲାଣି ଟାଣ ଖରା : ଜାନୁଆରୀ ଶେଷ ଭାଗରେ ଶୀତ ଗାଏବ

186

କନକ ବ୍ୟୁରୋ : ମାଘରେ ମାଡ଼ଲାଣି ଟାଣ ଖରା । ମାଘରେ ବାଘ ଭଳିଆ ଶୀତ ଅନୁଭୂତ ହେବା କଥା । ହେଲେ ଦିନର ଖରା ଜଳାଉଛି । ଦିନ ସମୟରେ ପ୍ରବଳ ଖରା ଓ ତାତି ଗ୍ରୀଷ୍ମର ଭ୍ରମ ସୃଷ୍ଟି କରୁଛି । ଦିନ ତାପମାତ୍ରା ସ୍ୱାଭାବିକ ଠାରୁ ୩ରୁ ୫ ଡିଗ୍ରୀ ଅଧିକ ରହୁଛି । ଗତକାଲି ବୌଦ୍ଧରେ ସର୍ବାଧିକ ତାପମାତ୍ରା ରେକର୍ଡ କରାଯାଇଥିଲା । ଭୁବନେଶ୍ୱରରେ ଦ୍ୱିତୀୟ ସର୍ବାଧିକ ତାପମାତ୍ରା ରେକର୍ଡ ହୋଇଥିଲା ।