ବିଜେଡିର ସୁବାସ ସିଂ ହେଲେ କଟକ ମେୟର । ସିଲଭର ସିଟିରେ ବିଜୟ ବାନା ଉଡାଇଲା ବିଜେଡି ।

192

କନକ ବ୍ୟୁରୋ: ଭୁବନେଶ୍ୱର ଓ ବ୍ରହ୍ମପୁର ପରେ କଟକ ମେୟର ପଦ ମଧ୍ୟ ହାତେଇଲା ବିଜେଡି । ସୁବାସ ସିଂ ହେଲେ କଟକର ନୂଆ ମେୟର । ନିକଟତମ ପ୍ରତିଦ୍ୱନ୍ଦ୍ୱୀ କଂଗ୍ରେସର ଗିରିବାଳା ବେହେରାଙ୍କୁ ହରାଇ ସୁବାସ ସିଂ କଟକର ନୂଆ ମେୟର ନିର୍ବାଚନରେ ବିଜୟୀ ହୋଇଛନ୍ତି । ଅନ୍ୟପଟେ ଭୁବନେଶ୍ୱରରେ ବିଜେଡି ପ୍ରାର୍ଥୀ ସୁଲୋଚନା ଦାସ, ପ୍ରତିଦ୍ୱନ୍ଦୀଙ୍କୁ ପଛରେ ପକାଇଛନ୍ତି । ପ୍ରଥମ ଥର ପାଇଁ ମହିଳା ମେୟର ପାଇଛନ୍ତି ରାଜଧାନୀବାସୀ । ସେହିପରି ବ୍ରହ୍ମପୁର ମେୟର ଭାବେ ବିଜେଡି ପ୍ରାର୍ଥୀ ସଂଘମିତ୍ରା ଦଳେଇ ବିଜୟୀ ହୋଇଛନ୍ତି । ତେବେ ଏହି ତିନିଟି ଯାକ ମହାନଗର ନିର୍ବାଚନ, ପଞ୍ଚାୟତ ନିର୍ବାଚନ ଭଳି ସହଜ ହୋଇନି । ଯଦିଓ ବିରୋଧୀ ପଛରେ ପଡିଛନ୍ତି । କିନ୍ତୁ ଶାସକ ଦଳକୁ କିଛିଟା ଟକ୍କର ଦେବାକୁ ସମର୍ଥ ହୋଇଛନ୍ତି ବିରୋଧୀ ।