ନିଆଳି ମେଣ୍ଢା ଆତଙ୍କ ପରେ ଭଅଁରାଗଡ ରାସ୍ତାରେ ଲାଗିଲା ୨ଟି ଟ୍ରାପ କ୍ୟାମେରା ! ସୂଚନା ଦେଲେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ

41

କନକ ବ୍ୟୁରୋ : ନିଆଳି ମେଣ୍ଢା ଆତଙ୍କ ପରେ ଭଅଁରାଗଡ ରାସ୍ତାରେ ୨ଟି ଟ୍ରାପ କ୍ୟାମେରା ଲଗାଯାଇଛି । ଏହି ସୂଚନା ଦେଇଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ । ସେ କହିଛନ୍ତି, ସଂପୃକ୍ତ ଅଂଚଳରେ ଅଧିକ କ୍ୟାମେରା ଲଗାଇବାକୁ ଡିଏଫଓଙ୍କୁ ନିର୍ଦ୍ଦେଶ ଦିଆଯାଇଛି । କ୍ଷତିପୂରଣ ନେଇ କଣ କରାଯିବ ସେ ନେଇ ବିଚାର କରାଯିବ ବୋଲି କହିଛନ୍ତି ମନ୍ତ୍ରୀ ।