ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ବାଜିଲା ବିଗୁଲ : ଅଗଷ୍ଟ ୫ରେ ନିର୍ବାଚନ ଓ ଗଣତି, ଜୁଲାଇ ୪ରେ ପ୍ରକାଶ ପାଇବ ବିଜ୍ଞପ୍ତି

25

କନକ ବ୍ୟୁରୋ : ରାଷ୍ଟ୍ରପତି ନିର୍ବାଚନ ପାଇଁ ବାତାବରଣ ସରଗରମ ରହିଥିବା ବେଳେ ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ବାଜିଛି ବିଗୁଲ । ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ନିର୍ବାଚନ କମିସନ ତାରିଖ ଘୋଷଣା କରିଛନ୍ତି । ଅଗଷ୍ଟ ୫ରେ ହେବ ଉପରାଷ୍ଟ୍ରପତି ନିର୍ବାଚନ ।

ଜୁଲାଇ ୪ରେ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇବ । ଜୁଲାଇ ୧୮ ହେଉଛି ନାମାଙ୍କନ ଦାଖଲର ଶେଷ ଦିନ । ଜୁଲାଇ ୧୯ରେ ପ୍ରାର୍ଥୀପତ୍ର ଯାଂଚ କରାଯିବ ଓ ଜୁଲାଇ ୨୧ରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରାଯିବ ବୋଲି ନିର୍ବାଚନ କମିସନ ସୂଚନା ଦେଇଛନ୍ତି । ବର୍ତ୍ତମାନର ଉପରାଷ୍ଟ୍ରପତି ହମିଦ୍ ଅନସାରୀଙ୍କ କାର୍ଯ୍ୟକାଳ ଅଗଷ୍ଟ ୧୦ ତାରିଖରେ ସରୁଛି । ଅନସାରୀ ଲଗାତାର ଦ୍ୱିତୀୟଥର ଲାଗି ଏହି ପଦରେ ଅଛନ୍ତି । ଉପରାଷ୍ଟ୍ରପତି ଭୋଟରେ ଲୋକସଭା ଓ ରାଜ୍ୟସଭାର ସଦସ୍ୟ ହିଁ ଭାଗନେଇପାରିବେ । ଉଭୟ ସଦନର ସଦସ୍ୟ ସଂଖ୍ୟା ୭୯୦ ହୋଇଥିବାବେଳେ କିଛି ଆସନ ଏବେ ଖାଲିପଡିଛି ।