ଆସାମରେ ବାଲ୍ୟବିବାହ ନେଇ ବଡ କାର୍ଯ୍ୟାନୁଷ୍ଠାନ। ସମ୍ପୃକ୍ତି ଅଭିଯୋଗରେ ଗିରଫ ହେଲେଣି ୨୨୧୧।

118

କନକ ବ୍ୟୁରୋ: ବାଲ୍ୟବିବାହ ବିରୋଧକୁ ନେଇ ଆକ୍ସନ ମୋଡ଼ରେ ଆସାମ ସରକାର । ବାଲ୍ୟ ବିବାହ କରୁଥିବା କିମ୍ବା ଏଥିରେ ସମ୍ପୃକ୍ତ ଥିବା ୨ ହଜାର ୨୧୧ ଜଣକୁ ଗିରଫ କରାଯାଇଛି । ଶୁକ୍ରବାର ବାଲ୍ୟ ବିବାହ କରୁଥିବା ବ୍ୟକ୍ତି ବା ଏଥିରେ ସମ୍ପୃକ୍ତ ଥିବା ୧୮ଶହରୁ ଅଧିକ ଜଣଙ୍କୁ ଗିରଫ କରାଯାଇଥିଲା । ସେହିପରି ଆସାମରେ ବାଲ୍ୟବିବାହ ସମ୍ପର୍କିତ ମାମଲା ବଢ଼ିବାରେ ଲାଗିଛି । ଆସାମର ଗୈାହାଟି,ବିଶ୍ୱନାଥ, ଗୋଲାପାରା, କରିମଗଞ୍ଜ, ମୋରି ଗାଁ,ବୋଁଗାଇ ଗାଁ , ଜୋରହାଟ ଆଦି ସ୍ଥାନରେ ଏନେଇ କାର୍ଯାନୁଷ୍ଠାନ ନିଆଯାଇଛି । ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ୱଶର୍ମା କହିଛନ୍ତି ଯେ, ମୋଟ ଏଯାଏଁ ବାଲ୍ୟ ବିବାହ ସମ୍ପର୍କିତ ୪ ହଜାର ୭୪ଟି ମାମଲା ରୁଜୁ କରାଯାଇଛି । ହେଲେ ଏନେଇ ୮ ହଜାର ୧୩୪ ଜଣ ସମ୍ପୃକ୍ତ ଥିବା ସୂଚନା ରହିଛି ।

ତେବେ ଏହି ଘଟଣାରେ ପ୍ରମୁଖ ନେତା ମତ ପ୍ରକାଶ କରିଛନ୍ତି । ଆସାମ ସରକାରଙ୍କ ଏହି କାର୍ଯ୍ୟାନୁଷ୍ଠାନ ଉପରେ ଏଆଇଏମଆଇମ ଅସଉଦ୍ଦିନ ଓୱେସୀ ବିଜେପି ସରକାରଙ୍କ ଉପରେ ଟାର୍ଗେଟ କରିଛନ୍ତି । ଯେଉଁ ନାବାଳିକାଙ୍କ ବିବାହ ହୋଇଛି ସେମାନଙ୍କ ଅବସ୍ଥା କ’ଣ ହେବ ଏବଂ କିଏ ସେମାନଙ୍କ ଦାୟିତ୍ୱ ବୁଝିବ ବୋଲି ସେ ପ୍ରଶ୍ନ କରିଛନ୍ତି । ବାଲ୍ୟବିବାହ ଆଇନବଳରେ ସେମାନଙ୍କୁ ଗିରଫ କରାଯାଇଥିବା ନେଇ ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ୱଶର୍ମା ଶୁକ୍ରବାର ଟୁଇଟ କରିଥିଲେ । ଏଥିରେ ସମସଙ୍କୁ ସହଯୋଗ କରିବାକୁ ନିବେଦନ କରିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ।