ମାଆଙ୍କୁ ମେଲାଣି । ଟ୍ୱିନସିଟିରେ ସାରା ରାତି ଚାଲିଲା ଭସାଣି, ଦୟା, କାଠଯୋଡି, ଦେବୀଗଡା ଘାଟର ଅସ୍ଥାୟୀ ପୋଖରୀରେ ହେଲା ଦେବୀଙ୍କ ବିସର୍ଜନ

204

କନକ ବ୍ୟୁରୋ : ଶେଷ ହେଲା ଶାରଦୀୟ ଦୁର୍ଗାପୂଜା । ଅନ୍ତିମ ପର୍ଯ୍ୟାୟରେ ମାଆ ନେଇଛନ୍ତି ମେଲାଣି । ବାଜା ଓ ସୁନ୍ଦର ଆଲୋକ ସଜ୍ଜାରେ ଦୁଲୁକିଥିଲା ପୁରା ଓଡିଶା । ପାରମ୍ପରିକ ନାଚ, ଗୀତ ସହ ରଂଗାରଙ୍ଗ ପରିବେଶରେ ଦେବୀ ଦୁର୍ଗାଙ୍କୁ ବିଦାୟ ଦିଆଯାଇଛି । ହେଲେ ଦୈତନଗରୀ ଭୁବନେଶ୍ୱରର ଓ କଟକରେ ରାତି ସାରା ଭସାଣି ଚାଲିଥିଲା । ବିଳମ୍ବିତ ରାତି ଯାଏ ମାଆଙ୍କୁ ବିଦାୟ ଦେବାକୁ ଭିଡି ଜମିଥିଲା । ରାଜଧାନରେ କୁଆଖାଇ ଓ ଦୟାନଦୀ କୂଳରେ ଅସ୍ଥାୟୀ ପୋଖରୀ ନିର୍ମାଣ କରାଯାଇ ସେଥିରେ ମୂତି ବିସର୍ଜନ କରାଯାଇଛି । ଭୁବନେଶ୍ୱରରେ ୩ଟି ସ୍ଥାନରେ ନୟାପଲ୍ଲୀ, ସହିଦନଗର ଏବଂ ଚନ୍ଦ୍ରଶେଖରପୁର ଆରଟିଓ ପଡିଆରେ ମୂର୍ତି ଏକାଠି ହେବା ପରେ ଭସାଣ ଉତ୍ସବ ଆରମ୍ଭ ହୋଇଥିଲା ।

ସେପଟେ କଟକର ଦେବୀଗଡ଼ାରେ ଅସ୍ଥାୟୀ ପୋଖରୀ ବ୍ୟବସ୍ଥା କରାଯାଇ ସେଠାରେ ମୂର୍ତିମାନଙ୍କ ବିସର୍ଜନ କରାଯାଇଛି । ସହରର ବିଭିନ୍ନ ସ୍ଥାନରେ ପୁଲିସର ୪୦ଟି ଆଉଟପୋଷ୍ଟ କରାଯାଇଥିଲା । ଏହାସହ ଭିଡ଼ ଭିତରେ ବିଶୃଙ୍ଖଳା ରୋକିବାକୁ ୨ଟି ରାପିଡ ଆକ୍ସନ ଫୋର୍ସ ସମେତ ୫୭ ପ୍ଲାଟୁନ ପୋଲିସ୍ ଫୋର୍ସ ମୁତୟନ ହୋଇଥିଲେ । କଟକର ସମସ୍ତ ମେଢ଼ ବିଭିନ୍ନ ସାହି ପରିକ୍ରମା କରି ଗୌରୀଶଙ୍କର ପାର୍କ ସାମ୍ନା ରାସ୍ତା ଦେଇ ଦେବୀଗଡ଼ାକୁ ଯାଇ ସେଠାରେ ମୂର୍ତି ବିସର୍ଜ୍ଜନ କରିଥିଲେ ।