ଭଦ୍ରକ ଧାମରା ପୋର୍ଟରେ କୋଇଲା ଧସି ଶ୍ରମିକ ମୃତ୍ୟୁ ଘଟଣା ! ପୁଲିସ ଗିରଫଦାରୀ ଭୟରେ ନିକଟବର୍ତ୍ତୀ ଅଂଚଳର ଗାଁ ପୁରୁଷ ଶୂନ୍ୟ

29

କନକ ବ୍ୟୁରୋ : ଭଦ୍ରକ ଧାମରା ପୋର୍ଟରେ କୋଇଲା ଗଦି ଧସି ଶ୍ରମିକ ମୃତ୍ୟୁ ଘଟଣାରେ ଛାନଭିନ୍ ଜାରି ରହିଛି । ପୁଲିସ ଗିରଫାଦାରି ଭୟରେ ପୋର୍ଟ ନିକଟବର୍ତ୍ତୀ ଅଂଚଳର ଗାଁ ପୁରୁଷ ଶୂନ୍ୟ ହୋଇଯାଇଛି । ଗତକାଲି ରାତିରେ ପୁଲିସ ୪୦ରୁ ଅଧିକ ଲୋକଙ୍କୁ ଅଟକ ରଖିଛି । ଏବେ ବି ବିଭିନ୍ନ ଗାଁରେ ପୁଲିସ ଫୋର୍ସ ମୁତୟନ ଅଛନ୍ତି । ସିସିଟିଭି ଫୁଟେଜ ଯାଂଚ କରାଯାଉଛି । ସେହି ଫୁଟେଜ ଆଧାରରେ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ସୂଚନାଯୋଗ୍ୟ କୋଇଲା ଗଦି ଧସି ୩ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଆହତ ହୋଇଥିଲେ ।ଏନେଇ ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଥିଲା । ଏହି ଘଟଣାକୁ ନେଇ ଶ୍ରମିକମାନଙ୍କ ମଧ୍ୟରେ ଉତ୍ତେଜନା ଦେଖା ଦେଇଥିଲା । ଧାମରା ବନ୍ଦର କର୍ତ୍ତୃପକ୍ଷ ଦୁର୍ଘଟଣା ପରେ ବନ୍ଦରର ମୁଖ୍ୟ ଦ୍ୱାରରେ ତାଲା ପକାଇ ଦେଇଥିଲେ ।ଉତ୍ୟକ୍ତ ଲୋକ ବନ୍ଦର ପରିସରରେ ବ୍ୟାପକ ଭଙ୍ଗାରୁଜା କରିବା ସହ ପୋଡାଜଳା କରିଥିଲେ ।