ବଡଦିନରେ ପୁରୀ ବଡଦାଣ୍ଡରେ ବଡ ଭିଡ । କରୋନା କଟକଣା ନଥିବାରୁ ଦିଅଁ ଦର୍ଶନ ପାଇଁ ଲାଗିଛି ଗହଳି

68

କନକ ବ୍ୟୁରୋ: ଆଜି ହେଉଛି ପବିତ୍ର ବଡଦିନ । ଆଜିର ଦିନରେ ଭଗବାନ ଯୀଶୁ ଜନ୍ମଗ୍ରହଣ କରିଥିବାରୁ ଏହାକୁ ପାଳନ କରିଆସୁଛନ୍ତି ଖ୍ରୀଷ୍ଟାଧର୍ମାବଲମ୍ବି । ଏଥିପାଇଁ ଚଳଚଞ୍ଚଳ ହୋଇପଡିଛି ପୁରା ଓଡ଼ିଶା । ଭୁବନେଶ୍ୱର, କଟକ, ବ୍ରହ୍ମପୁର ସମେତ ଓଡ଼ିଶାରେ ଅନ୍ୟ ସହରରେ ମଧ୍ୟ ବଡଦିନ ଧୁମଧାମରେ ପାଳନ କରାଯାଇଛି । ଦୁଇ ବର୍ଷ ପରେ ବିନା କୋଭିଡ କଟକଣାରେ ପାଳନ ହେଉଥିବାରୁ ଚର୍ଚ୍ଚରେ ପ୍ରବଳ ଭିଡ ଦେଖିବାକୁ ମିଳିଛି ।
ଶ୍ରୀକ୍ଷେତ୍ର ପୁରୀରେ ମଧ୍ୟ ମହାପ୍ରଭୁ୍ଙକ ଦର୍ଶନ ପାଇଁ ପ୍ରବଳ ଭିଡ ଦେଖିବାକୁ ମିଳିିଛି ।

କରୋନା କଟକଣା ନଥିବାରୁ ଏବଂ ରବିବାର ଥିବାରୁ ଦିଅଁ ଦର୍ଶନ ପାଇଁ ଲାଗିଛି ପ୍ରବଳ ଗହଳି । ଆଗକୁ ନୂଆବର୍ଷ ଥିବାରୁ ଭିଡ ଅଣାୟତ ହେବା ଆଶଙ୍କା କରାଯାଉଛି । ଏପରି ସ୍ଥଳେ ଆଇନ ଶୃଙ୍ଖଳା ରଖିବା ଜିଲ୍ଲା ପ୍ରଶାସନ ପାଇଁ ବଡ ଚ୍ୟାଲେଞ୍ଜ ହୋଇପାରେ ବୋଲି କୁହାଯାଉଛି ।