ମନ୍ତ୍ରୀଙ୍କ ସମୟଜ୍ଞାନକୁ ଦେଖି ଆଶ୍ଚର୍ଯ୍ୟ ହେଲେ ଦର୍ଶକ ! ସକାଳେ କହିଥିଲେ, ଅପରାହ୍ନରେ ଆସିଲେ

27

କନକ ବ୍ୟୁରୋ : ମନ୍ତ୍ରୀ ଆସିଲେ ନାହିଁ ବୋଲି ଅଟକି ରହିଲା ଉଦଘାଟନୀ । ଦୀର୍ଘ ୪ ଘଂଟାର ବିଳମ୍ବ ପରେ ମନ୍ତ୍ରୀଙ୍କ ଦର୍ଶନ ମିଳିଲା ଏବଂ ଖେଳ ଆରମ୍ଭ ହେଲା । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କଟକ ବାରବାଟୀ ଷ୍ଟାଡିୟମରେ । ତିନି ଦିନିଆ ରାଜ୍ୟ ଆଥଲେଟିକ୍ ମିଟ୍ ପାଇଁ କ୍ରୀଡ଼ା ମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରାଙ୍କୁ ମୁଖ୍ୟ ଅତିଥି ଭାବରେ ନିମନ୍ତ୍ରଣ କରାଯାଇଥିଲା । ମନ୍ତ୍ରୀ ୧୦ଟା ବଦଳରେ ଆସିଲେ ୪ ଘଂଟା ବିଳମ୍ବରେ । ଯେଉଁଥି ପାଇଁ ଖେଳାଳିମାନଙ୍କୁ ପଡ଼ିଆ ମଝିରେ ଠିଆ ହେବାକୁ ପଡ଼ିଲା ।

vlcsnap-2017-12-28-20h08m04s952ମନ୍ତ୍ରୀଙ୍କ ପାଇଁ ଅଟକି ରହିଲା ଖେଳ ।ଏସିଆନ୍ ଆଥଲେଟିକ୍ ମିଟ୍ ଏବଂ ହକି ୱାର୍ଲ୍ଡ ଲିଗ୍ ଭଳି ବଡ ବଡ କ୍ରୀଡ଼ା ପ୍ରତିଯୋଗିତାକୁ ସଫଳତାର ସହ ଆୟୋଜନ କରି ଓଡ଼ିଶା ସରକାର ବାଃ ବାଃ ସାଉଁଟୁଥିବା ବେଳେ କ୍ରୀଡ଼ା ମନ୍ତ୍ରୀ କରିଛନ୍ତି ଠିକ୍ ଓଲଟା କାମ । କ୍ରୀଡ଼ା ମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରାଙ୍କ କ୍ରୀଡ଼ା ପ୍ରୀତି କେତେ, ତାହା ରାଜ୍ୟ ଆଥଲେଟିକ୍ ମିଟରୁ ସ୍ପଷ୍ଟବାରି ହେଉଛି । ମନ୍ତ୍ରୀଙ୍କ ଆସିବାରେ ବିଳମ୍ବ ହେବାରୁ ଅଟକି ରହିଲା ଉଦଘାଟନି ଉତ୍ସବ । ଷ୍ଟାଡିୟମ ମଝିରେ ଛିଡ଼ା ହୋଇ ରହିଲେ ଆଥଲେଟ୍ । ଆଉ ଆରମ୍ଭ ହେବାରେ ବିଳମ୍ବ ହେଲା କ୍ରୀଡ଼ା ପ୍ରତିଯୋଗିତା ।

ନିର୍ଦ୍ଧାରିତ ସମୟରେ ରାଜ୍ୟ ଆଥଲେଟିକ୍ ମିଟର ଉଦଘାଟନୀ ଥିବା ବେଳେ ମନ୍ତ୍ରୀ ଆସିଥିଲେ ୪ଘଂଟା ବିଳମ୍ବରେ । ଯେଉଁଥି ପାଇଁ ରାଜ୍ୟର ବିଭିନ୍ନ କୋଣଅନୁକୋଣରୁ ଆସିଥିବା ଆଥଲେଟମାନଙ୍କୁ ଦୀର୍ଘ ସମୟ ଧରି ଷ୍ଟାଡିୟମରେ ଛିଡ଼ା ହେବାକୁ ପଡ଼ିଥିଲା । ଆଉ ଜାବବରେ ମନ୍ତ୍ରୀ କହିଛନ୍ତି- ଦୁଇଦିନ ପୂର୍ବରୁ ତାଙ୍କୁ ଏହି କାର୍ଯ୍ୟକ୍ରମ ପାଇଁ ନିମନ୍ତ୍ରଣ କରାଯାଇଥିଲା । କିନ୍ତୁ ସଂଘ ଓ ତାଙ୍କ ଭିତରେ ତାଳମେଳ ଅଭାବରୁ ଏଭଳି ଅଭାବନୀୟ ଘଟଣା ଘଟିଲା । ତେବେ ଏଥିପାଇଁ କ୍ଷମାପ୍ରାର୍ଥନା ମଧ୍ୟ ମାଗିଛନ୍ତି କ୍ରୀଡାମନ୍ତ୍ରୀ ।

ଅନ୍ୟପଟେ ରାଜ୍ୟ ଆଥଲେଟିକ୍ ଆସୋସିଏସନ୍ ପକ୍ଷରୁ କୁହାଯାଇଛି- ସମୟ ନେଇ ତାଙ୍କୁ ଅବଗତ କରାଯାଇଥିଲା । ଆଉ ଏହାକୁ ଏକ ଦୁର୍ଭାଗ୍ୟଜନକ ଘଟଣା ଭାବେ ଗ୍ରହଣ କରି ଭୁଲିଯାଇ ଖେଳ ଉପରେ ଧ୍ୟାନ ଦେବା ଆବଶ୍ୟକ । ତିନି ଦିନିଆ ରାଜ୍ୟ ଆଥଲେଟିକ୍ ମିଟ୍ ପାଇଁ ମୁଖ୍ୟ ଅତିଥି ଭାବେ କ୍ରୀଡ଼ା ମନ୍ତ୍ରୀଙ୍କୁ ନିମନ୍ତ୍ରଣ କରାଯାଇଥିଲା । ହେଲେ ମନ୍ତ୍ରୀଙ୍କ ଖାମଖିଆଲି ମନୋଭାବ ଯୋଗୁଁ ଅକାରଣରେ ଖେଳରେ ବିଳମ୍ବ ହେବା ସହ ଆଥଲେଟମାନଙ୍କୁ ହଟହଟା ହେବାକୁ ପଡ଼ିଲା ।ଯାହାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି ।