କିପରି ହୋଇଥିଲା ପଶ୍ଚିମବଙ୍ଗର ଶିକ୍ଷକ ନିଯୁକ୍ତି ଦୁର୍ନୀତି : କେମିତି ଜଣାପଡିଲା ଦୁର୍ନୀତି ? କେଉଁଠୁ ଆସିଲା ୨୦ କୋଟି ?

325

କନକ ବ୍ୟୁରୋ : ପଶ୍ଚିମବଙ୍ଗରେ ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲା, ଅଡୁଆରେ ଶାସକ ଦଳ ଟିଏମସି । ଏହି ମାମଲାରେ ଏବେର ଶିଳ୍ପ ମନ୍ତ୍ରୀ ତଥା ତକ୍ରାଳୀନ ଶିକ୍ଷାମନ୍ତ୍ରୀ ପାର୍ଥ ଚାଟାର୍ଜୀ ଏବଂ ତାଙ୍କ ସହଯୋଗୀ ଅର୍ପିତା ମୂଖାର୍ଜୀ ଗିରଫ ହୋଇଛନ୍ତି । ଜାଣନ୍ତୁ କିପରି ହୋଇଥିଲା ପଶ୍ଚିମବଙ୍ଗର ଶିକ୍ଷକ ଦୁର୍ନୀତି । କେମିତି ଜଣାପଡିଲା ଦୁର୍ନୀତି ଜାଣନ୍ତୁ କିପରି ହୋଇଥିଲା ପଶ୍ଚିମବଙ୍ଗର ଶିକ୍ଷକ ଦୁର୍ନୀତି । କେମିତି ଜଣାପଡିଲା ଦୁର୍ନୀତି? କେଉଁଠୁ ଆସିଲା ୨୦ କୋଟି?? କେଉଁଠୁ ଆସିଲା ୨୦ କୋଟି ?

ପଶ୍ଚିମବଙ୍ଗର ଶିକ୍ଷକ ଦୁର୍ନୀତି

– ୨୦୧୪ରେ ପାର୍ଥ ଚାଟାର୍ଜୀ ଶିକ୍ଷାମନ୍ତ୍ରୀ ଥିବା ବେଳେ ଦୁର୍ନୀତି ହୋଇଥିଲା
– ପଶ୍ଚିମବଙ୍ଗ ବିଦ୍ୟାଳୟ ସେବା ଆୟୋଗ ଶିକ୍ଷକ ନିଯୁକ୍ତି ପାଇଁ ବିଜ୍ଞାପନ
– ବିଜ୍ଞାପନ ଜାରି ପରେ ୨୦୧୬ରୁ ଆରମ୍ଭ ହୋଇଥିଲା ନିଯୁକ୍ତି ପ୍ରକ୍ରିୟା
– ୨୦୧୭ରେ ଆରମ୍ଭ ହୋଇଥିଲା ନିଯୁକ୍ତି ପାଇଁ ପରୀକ୍ଷା
– ୨୦୧୭ ଶେଷ ବେଳକୁ ପରୀକ୍ଷା ଫଳ ପ୍ରକାଶ ପାଇଥିଲା
– ଗ୍ରୁପ୍-ସି ଓ ଡି ଷ୍ଟାଫ୍ ଏବଂ ସହକାରୀ ଶିକ୍ଷକଙ୍କ ରେଜଲ୍ଟ ବାହାରିଥିଲା
– ଶିକ୍ଷକ ନିଯୁକ୍ତି ପରୀକ୍ଷା ଫଳକୁ ସାର୍ବଜନୀନ କରାଯାଇନଥିଲା
– ପ୍ରଥମ ଥର ପରୀକ୍ଷାର୍ଥୀ ନିଜ ପରୀକ୍ଷା ଫଳ ନିଜେ ଦେଖିବାର ବ୍ୟବସ୍ଥା ହୋଇଥିଲା
– ଦୁର୍ନୀତି ହୋଇଥିବା ନେଇ କୋଲକାତା ହାଇକୋର୍ଟରେ ପିଟିସନ୍
– ହାଇକୋର୍ଟରେ ଅନେକ ପିଟିସନ୍ ଦାୟର କରାଯାଇଥିଲା
– କମ୍ ମାର୍କ ରଖିଥିଲେ ବି ମେଧା ତାଲିକାରେ ନାଁ ଥିବା ଅଭିଯୋଗ
– ମେଧା ତାଲିକାରେ ନାଁ ନଥିଲେ ବି ପ୍ରାର୍ଥୀଙ୍କୁ ମିଳିଥିଲା ଚାକିରି
– ମନି ଲଣ୍ଡରିଂ ହୋଇଥିବା ନେଇ ଆଶଙ୍କା ପ୍ରକାଶ କରିଥିଲେ କୋର୍ଟ
– ମାମଲାର ଯାଂଚ ପାଇଁ ସିବିଆଇକୁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ
– ସିବିଆଇ ପଚରାଉଚରା ପରେ ମନି ଲଣ୍ଡରିଂ ନେଇ ମାମଲା ରୁଜୁ କରିଥିଲା
– ୨୦୨୨ରେ ସିବିଆଇ ପାର୍ଥ ଚାଟାର୍ଜୀଙ୍କୁ ପଚରାଉଚରା କରିଥିଲା
– ଏ ମାମଲାରେ ସିବିଆଇ ପାର୍ଥଙ୍କୁ ଦୁଇ ଥର ଜେରା କରିସାରିଛି
– ଏପ୍ରିଲ ୨୬ ଓ ମେ’ ୧୮ରେ ପୂର୍ବରୁ ସିବିଆଇରେ ହାଜର ହୋଇଛନ୍ତି ପାର୍ଥ

କେମିତି ଜଣାପଡିଲା ଦୁର୍ନୀତି ?

– ୨୦୧୬ରେ ପରୀକ୍ଷା ହୋଇଥିଲା
– ୨୦ ପରୀକ୍ଷାର୍ଥୀଙ୍କ ଚୟନ ହେବାର ଥିଲା
– ୨୦୧୭ରେ ପରୀକ୍ଷା ଫଳ ପ୍ରକାଶ ପାଇବାର ଥିଲା
– ପରୀକ୍ଷା ରେଜଲ୍ଟ ବାତିଲ କଲା ଏସଏସସି
– ପୁଣିଥରେ ପରୀକ୍ଷା ଫଳ ଜାରି ହୋଇଥିଲା
– ୨୦୧୭ ପରୀକ୍ଷା ଫଳ ବଦଳାଯାଇଥିଲା
– ନୂଆ ପରୀକ୍ଷା ଫଳ ପୂର୍ବ ପରୀକ୍ଷା ଫଳ ତୁଳନାରେ ବଦଳାଯାଇଥିଲା
– ବବିତା ସରକାର ଶ୍ରେଷ୍ଠ ୨୦ରୁ ବାଦ୍ ପଡିଥିଲେ
– ନୂଆ ରେଜଲ୍ଟରେ ଅଙ୍କିତା ଅଧିକାରୀ ଟପ୍ପର ହୋଇଥିଲେ
– ବିଧାୟକ ପରେଶ ଅଧିକାରୀଙ୍କ ଝିଅ ଅଙ୍କିତା
– ପରେଶ ଅଧିକାରୀ ଶିକ୍ଷା ବିଭାଗର ରାଜ୍ୟମନ୍ତ୍ରୀ
– ବବିତା କୋର୍ଟରେ ନୂଆ ରେଜଲ୍ଟକୁ ଚ୍ୟାଲେଞ୍ଜ କଲେ
– କିଏ କେତେ ମାର୍କ ରଖିଛନ୍ତି ରିପୋର୍ଟ ମାଗିଥିଲେ ହାଇକୋର୍ଟ
– ମାର୍କ ସିଟରେ ବବିତାଙ୍କ ଅପେକ୍ଷା ଅଙ୍କିତା ୧୬ ନମ୍ବର କମ୍ ରଖିଥିଲେ
– କମ୍ ନମ୍ବର ରଖିଥିଲେ ମଧ୍ୟ ଅଙ୍କିତା ଟପ୍ପର ହୋଇଥିଲେ
– ହାଇକୋର୍ଟ ଅଙ୍କିତାକୁ ଚାକିରିରୁ ହଟାଇବାକୁ ନିର୍ଦ୍ଦେଶ ଦେଇଥିଲେ
– କୋର୍ଟ ତଦନ୍ତ ଆୟୋଗ ଗଠନ କରିଥିଲେ

କେଉଁଠୁ ଆସିଲା ୨୦ କୋଟି ?

– କୋଲକାତାରେ ଚଢାଉ କରିଥିଲା ଇଡି
– ପାର୍ଥ ମୁଖାର୍ଜୀଙ୍କ ସହଯୋଗୀ ଅର୍ପିତା ମୁଖାର୍ଜୀଙ୍କ ଘରେ ରେଡ୍
– ଚଢାଉ ବେଳେ ମିଳିଥିଲା ବିଡା ବିଡା ନୋଟ୍
– ୨ ହଜାର ଓ ୫ ଶହ ଟଙ୍କିଆ ନୋଟ୍ ବିଡ଼ା ମିଳିଲା
– ଦୀର୍ଘ ସମୟ ଧରି ଟଙ୍କା ଗଣା ଚାଲିଲା
– ନଗଦ ଟଙ୍କା ନେବା ପାଇଁ ଟ୍ରକ୍ ମଗାଯାଇଥିଲା
– ୪୦ଟ ବାକ୍ସରେ ଟଙ୍କା ଭର୍ତି କରି ନିଆଯାଇଥିଲା
– ଚଢାଉ ବେଳେ ୭୭ ଲକ୍ଷ ଟଙ୍କାର ଗହଣା ବି ମିଳିଛି
– ଅର୍ପିତାଙ୍କ ଘରୁ ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ

ମୋବାଇଲରୁ ମିଳିବ ସୁରାଗ ?

– ଅର୍ପିତାଙ୍କ ଘରେ ଚଢାଉ ବେଳେ ମିଳିଛି ୨୩ଟି ମୋବାଇଲ
– ଅର୍ପିତାଙ୍କ ମୋବାଇଲ୍ରୁ ମିଳିପାରେ ବଡ଼ ସୁରାଗ
– ଶିକ୍ଷକ ନିଯୁକ୍ତି ଦୁର୍ନୀତିର ସୁରାଗ ମିଳିବା ସମ୍ଭାବନା
– ଅନ୍ୟ କିଛି ଲୋକଙ୍କ ସଂପୃକ୍ତି ସାମ୍ନାକୁ ଆସିପାରେ
– ମୋବାଇଲରୁ ଟଙ୍କା ଲେଣଦେଣର ରେକର୍ଡ ମିଳିପାରେ