ପ୍ରକୃତିଙ୍କୁ ଟାର୍ଗେଟ କଲେ ବାବୁସାନଙ୍କ ଭଉଣୀ : କହିଲେ ପୂର୍ବରୁ ମନ୍ମଥ ମିଶ୍ରଙ୍କୁ ଘଟଣା ସମ୍ପର୍କରେ ଅବଗତ କରାଯାଇଥିଲା; ହେଲେ …

862

କନକ ବ୍ୟୁରୋ : ବାବୁସାନ ଓ ପ୍ରକୃତିଙ୍କୁ ନେଇ ମୁହଁ ଖୋଲିଲେ ବାବୁସାନଙ୍କ ଭଉଣୀ । ପ୍ରକୃତି ମିଶ୍ରଙ୍କୁ ଟାର୍ଗେଟ କରି କହିଲେ, ମୋ ଭାଇଠୁ ଦୂରେଇ ରୁହ । ମୋ ଭାଇ ବହୁତ ସରଳ ବିଶ୍ୱାସୀ । ସେ ଏବେ ବଦଳିଯାଇଛି । ପ୍ରକୃତି ମୋ ଭାଇର ସଂସାର ଭାଙ୍ଗିଛି । ପୂର୍ବରୁ ଏହି ଘଟଣାକୁ ନେଇ ଆମେ ମନ୍ମଥ ମିଶ୍ରଙ୍କ ଘରକୁ ଯାଇଥିଲୁ । ଝିଅ ମୋ ଆୟତ୍ତରେ ନଥିବା କହିଥିଲେ ପ୍ରକୃତିଙ୍କ ବାପା । ଭାଇକୁ ବୁଝାଇବାକୁ ସବୁ ଉଦ୍ୟମ କରିଥିଲୁ । ଭାଇଠୁ ଦୂରରେ ରହିବାକୁ ପ୍ରକୃତିଙ୍କୁ ଅପିଲ୍ କଲେ ବାବୁସାନଙ୍କ ଭଉଣୀ ।

ସେପଟେ, ପାରିବାରିକ ଝଗଡ଼ାକୁ ନେଇ ପ୍ରତିକ୍ରୟା ରଖିଛନ୍ତି ମାଆ ଅପରାଜିତା ମହାନ୍ତି । ଅତି ଭାବବିହ୍ୱଳ ହୋଇ ସେ ପୁଅକୁ ପରିବାର ପାଖକୁ ଫେରିଆସିବା ପାଇଁ ଅନୁରୋଧ କରିଛନ୍ତି । ପୁରା ଘଟଣା ପାଇଁ ସେ ଅଭିନେତ୍ରୀ ଜଣଙ୍କୁ ଦାୟୀ କରିଛନ୍ତି । ଗତ ଦେଢ଼ବର୍ଷ ହେଲାଣି ସେ ବାବୁସାନଙ୍କ ଭିତରେ ପରିବର୍ତନ ଦେଖୁଥିବା ଅନୁଭବ କରିଛନ୍ତି । ବିଶେଷକରି କୋଭିଡ ସମୟରୁ ସ୍ତ୍ରୀ ଓ ପିଲାଙ୍କ ଠାରୁ ଦୂରେଇ ଯାଇଛନ୍ତି ବାବୁସାନ । ନିଜକୁ ବନ୍ଧୁ କହି ବାବୁସାନକୁ ବ୍ଲାକମେଲ୍ କରୁଛନ୍ତି ଅଭିନେତ୍ରୀ ଜଣଙ୍କ ।

ବାବୁସାନ ଘରେ ରହିବା ସମୟରେ ବାରମ୍ବାର ଫୋନ୍ କରୁଛନ୍ତି । ତାଙ୍କୁ ଧମକ ଚମକ ଦେଉଛନ୍ତି । ତେଣୁ ଯେ ପ୍ରକୃତ ବନ୍ଧୁ ସେ ଘର ଓ ପରିବାର ଠାରୁ କାହାରିକୁ ଦୂରେଇ ଦିଏ ନାହିଁ ବୋଲି କହିଛନ୍ତି ବାବୁସାନଙ୍କ ମାଆ ଅପରାଜିତା । ତାଙ୍କୁ ଏକପ୍ରକାର କିଡନାପ୍ କରାଯାଇଥିବା ଅପରାଜିତା ଅଭିଯୋଗ କରିଛନ୍ତି । କନକ ନ୍ୟୁଜ କ୍ୟାମେରାରେ କାନ୍ଦି କାନ୍ଦି ପୁଅକୁ ପରିବାର ପାଖକୁ ଫେରଆସିବା ପାଇଁ ଅପିଲ କରିଛନ୍ତି ।