ନକଲି ଔଷଧ ବିକ୍ରି ଅଭିଯୋଗ : ବନ୍ଧାହେଲେ କମ୍ପାନୀ ମାଲିକ; ଗିରଫ ପରେ କୋର୍ଟଚାଲାଣ କଲା ପୋଲିସ

193

କନକ ବ୍ୟୁରୋ : ନକଲି ଔଷଧ ବିକ୍ରି ଅଭିଯୋଗରେ ଜଣେ ଗିରଫ । ବରଗଡ ଟାଉନର ଅଶୋକ ମେଡିକାଲ ହଲ କମ୍ପାନୀ ମାଲିକ ସୁନୀଲ ଅଗ୍ରୱାଲଙ୍କୁ ବାନ୍ଧିଛି ବରଗଡ ପଲିସ । ଗିରଫ ପରେ ଅଭିଯୁକ୍ତ ସୁନୀଲ ଅଗ୍ରୱାଲଙ୍କୁ କୋର୍ଟଚାଲାଣ କରାଯାଇଛି । ଘଟଣାକୁ ନେଇ ଡ୍ରଗ୍ସ ଇନ୍ସପେକ୍ଟର କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଛନ୍ତି । ଏବେ ବରଗଡ ଜିଲ୍ଲାର ବୁହ ମେଡିକାଲ ଷ୍ଟୋରରେ ନକଲି ଔଷଧ ବିକ୍ରି ହେଉଥିବା ଚର୍ଚ୍ଚା ହେଉଛି ।

ଓଡିଶାରେ ନକଲି ଔଷଧ କାରବାର ଅଭିଯୋଗ ପରେ ସ୍ୱାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତଙ୍କ ନିର୍ଦ୍ଦେଶରେ ରାଜ୍ୟର ବିଭିନ୍ନ ସ୍ଥାନରେ ଚଢାଉ କରାଯାଇଥିଲା । ଏଥିରେ ବରଗଡ ଟାଉନସ୍ଥିତ ଅଶୋକ ମେଡିକାଲ ହଲରେ ମଧ୍ୟ ଚଢାଉ ହୋଇଥିଲା । ସେଠାରୁ ଜବତ ହୋଇଥିବା ମେଡିସିନକୁ ଯାଞ୍ଚ ପାଇଁ ଫରେନସିକ ଲାବକୁ ପଠାଯାଇଥିଲା । ପରବର୍ତ୍ତୀ ସମୟରେ ସେହି ଔଷଧ ନକଲି ବୋଲି ପ୍ରମାଣିତ ହୋଇଥିଲା । ଏ ନେଇ ବରଗଡ ଡ୍ରଗ୍ସ ଇନସ୍ପେକ୍ଟରଙ୍କ ଅଭିଯୋଗ କ୍ରମେ ଟାଉନ ଥାନା ପୁଲିସ ମାଲିକ ସୁନୀଲ ଅଗ୍ରୱାଲଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ।