ମହିଳା କ୍ରିକେଟର ରାଜଶ୍ରୀ ସ୍ୱାଇଁ ମୃତ୍ୟୁ ଘଟଣା : ଆସିଲା ଶବ ବ୍ୟବଚ୍ଛେଦ ରିପୋର୍ଟ

264

କନକ ବ୍ୟୁରୋ : ମହିଳା କ୍ରିକେଟର ରାଜଶ୍ରୀ ସ୍ୱାଇଁ ମୃତ୍ୟୁ ଘଟଣାରେ ଆସିଛି ଶବ ବ୍ୟବଚ୍ଛେଦ ରିପୋର୍ଟ । ମାମଲାର ତଦନ୍ତ କରୁଥିବା ଗୁରୁଡିଝାଡିଆ ପୋଲିସକୁ ରିପୋର୍ଟ ପ୍ରଦାନ କରାଯାଇଛି । ଶ୍ୱାସରୁଦ୍ଧ ଯୋଗୁ ରାଜଶ୍ରୀଙ୍କ ମୃତ୍ୟୁ ହୋଇଥିବା ରିପୋର୍ଟରେ ଉଲ୍ଲେଖ ଥିବା ସୂଚନା ମିଳିଛି । ମୃତ୍ୟୁ ପରେ ତାଙ୍କ ମୁଣ୍ଡରେ କ୍ଷତି ହୋଇଥିବା କୁହାଯାଉଛି । ମୃତ୍ୟୁର ପ୍ରକୃତ କାରଣ ଜାଣିବା ପାଇଁ ଭିସେରା ରିପୋର୍ଟକୁ ଅପେକ୍ଷା କରିଛି ପୋଲିସ ।

ସେପଟେ ପୋଲିସ ଘଟଣାର ତଦନ୍ତ ଜୋରଦାର କରିଛି । ଶେଷ ଥର ପାଇଁ କପୁର ସିଂହ ପେଟ୍ରୋଲ ପମ୍ପରେ ତେଲ ପକାଇଥିଲେ ରାଜଶ୍ରୀ । ତାଙ୍କ ଗାଡିରୁ ପେଟ୍ରୋଲ ପକାଇଥିବା ବିଲ୍ ଓ ଭିସା କାର୍ଡକୁ ଜବତ କରିଛି ପୋଲିସ । ପେଟ୍ରୋଲ ପମ୍ପଠାରୁ ମାତ୍ର ୧ କିଲୋମିଟର ଦୂରରେ ମିଳିଥିଲା ମୃତଦେହ । ପେଟ୍ରୋଲ ପକାଇବାର ସିସିଟିଭ ଯାଞ୍ଚ କରୁଛି ପୋଲିସ । ଯଦି ରାଜଶ୍ରୀ ଆତ୍ମହତ୍ୟା କରିବାକୁ ଯାଉଥିଲେ ତେବେ କାହିଁକି ପକାଇଥିଲେ ପେଟ୍ରୋଲ । ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ପରେ ମୁଣ୍ଡରେ କ୍ଷତ କିପରି ହେଲା ତାକୁ ନେଇ ଉଠିଛି ପ୍ରଶ୍ନ ।