ମାହାଙ୍ଗା ପରେ ବରଗଡ଼ରେ ପାରିବାରିକ କଳହର ଉଗ୍ରରୂପ : ଦୁଇ ଭାଇଙ୍କ ଆକ୍ରମଣରେ ଉଜୁଡି ଗଲା ପୂରା ପରିବାର

163

କନକ ବ୍ୟୁରୋ : ମାହାଙ୍ଗା ପରେ ବରଗଡ଼ରେ ଦେଖିବାକୁ ମିଳିଛି ପାରିବାରିକ କଳହର ଉଗ୍ରରୂପ । ସମ୍ପର୍କୀୟ ଭାଇଙ୍କ ଆକ୍ରମଣରେ ବାପା ପୁଅଙ୍କ ମୃତ୍ୟୁ ହୋଇଥିବା ବେଳେ ଗୁରୁତର ଅବସ୍ଥାରେ ବୋହୂକୁ ମେଡିକାଲରେ ଭର୍ତ୍ତି କରଯାଇଛି । ଏଭଳି ଦୁଖଃଦ ଘଟଣା ଦେଖିବାକୁ ମିଳିଛି ବରଗଡ଼ ଜିଲ୍ଲା ଟାଉନ ଥାନା ଅନ୍ତର୍ଗତ ରୁହୁନିଆ ଗାଁରେ ।

ସୂଚନା ମୁତାବକ ଗାଁରେ ରହୁଥିବା ଦେବ ସିନ୍ଧିରିଆଙ୍କ ସହ ସମ୍ପର୍କୀୟ ଭାଇ ଅମିଲ ସିନ୍ଦିରିଆ ଏବଂ କମିଲ ସିନ୍ଦିରିଆଙ୍କ ମଧ୍ୟରେ କୌଣସି କାରଣକୁ ନେଇ ପୂର୍ବରୁ ବିବାଦ ଲାଗି ରହିଥିଲା । ଗତକାଲି ଦେବ ସିନ୍ଧିଆ ତାଙ୍କ ପୁଅ ରତନ ଏବଂ ବୋହୁ ସୁକାନ୍ତି ଘରେ ଥିବା ବେଳେ ଅଚାନକ ଆକ୍ରମଣ କରିଥିଲେ ଅମିଲ ଓ କମିଲ । କଟୁରୀରେ ପୁରା ପରିବାରକୁ ଆକ୍ରମଣ କରିଥିଲେ ଅମିଲ ଓ କମିଲ । । ଘଟଣାସ୍ଥଳରେ ଦେବଙ୍କର ମତ୍ୟୁ ହୋଇଥିବା ବେଳେ ଗୁରୁତର ଅବସ୍ଥାରେ ପୁଅ, ବୋହୁଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଥିଲା ।

ପରେ ଉଭୟଙ୍କୁ ବୁର୍ଲା ମେଡିକାଲ ସ୍ଥାନାନ୍ତର କରାଯାଇଥଲା । ହେଲେ ସେଠାରେ ପୁଅ ରତନଙ୍କ ମୃତ୍ୟୁ ହୋଇଥିଲା । ବୋହୂ ସୁକାନ୍ତିର ସ୍ୱାସ୍ଥ୍ୟବସ୍ଥା ସଙ୍କଟାପର୍ଣ୍ଣ ଥିବା ବେଳେ ସେ ଚିକିତ୍ସାଧୀନ ଅଛନ୍ତି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନଭିନ୍ ଆରମ୍ଭ କରିଛି । ପୋଲିସ ଅଭିଯୁକ୍ତ ଭାଇ ଅମିଲଙ୍କୁ ଗିରଫ କରିଥିବା ବେେ କମିଲ ଏବେବି ଫେରାର ଅଛି । ତାଙ୍କୁ ଧରିବା ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି ।