ବାରବାଟୀରେ ଟି ଟ୍ୱେଂଟିକୁ ଆଉ ୫ ଦିନ ! ଆଜିଠୁ ଅନୁବନ୍ଧିତ ସଂସ୍ଥାଙ୍କ ପାଇଁ ଟିକେଟ ବିକ୍ରୀ, ୧୬ ଓ ତାରିଖରେ ଦର୍ଶକଙ୍କୁ ମିଳିବ ଟିକେଟ୍

32

କନକ ବ୍ୟୁରୋ: ଆଉ ୫ ଦିନ ପରେ ହେବ ବାରବାଟୀରେ ହେବ ଭାରତ-ଶ୍ରୀଲଙ୍କା ଟି-୨୦ ମ୍ୟାଚ୍ । ଏବେଠୁ ସଜେଇ ହେଲାଣି ବାରବାଟି ଷ୍ଟାଡ଼ିୟମ୍ । ଭାରତ-ଶ୍ରୀଲଙ୍କା ଟି-୨୦ ମ୍ୟାଚ୍ ପାଇଁ ଆଜିଠୁ ଟିକେଟ ବିକ୍ରି ଆରମ୍ଭ ହୋଇଛି । ଓସିଏ ଅନୁବନ୍ଧିତ ସଂସ୍ଥା , ବିସିସିଆଇ ପ୍ରାୟୋଜକଙ୍କ ପାଇଁ ୧୦ହଜାର ୩ଶହ ୬୨ ଟି ଟିକେଟ ବିକ୍ରି କରାଯିବ ।

ଓସିଏ କନଫରରେନ୍ସ ହଲରେ ସକାଳ ୧୦ଟାରୁ ୬ଟା ପର୍ଯ୍ୟନ୍ତ ଘରୋଇ ବ୍ୟାଙ୍କ ଜରିଆରେ ଟିକେଟ ବିକ୍ରି କରାଯିବ । ୧୬ ଏବଂ ୧୭ ତାରିଖରେ ସାଧାରଣ ଦର୍ଶକଙ୍କ ପାଇଁ କାଉଂଟରରେ ଟିକେଟ ବିକ୍ରି କରାଯିବ । ଟିକେଟ ବିକ୍ରି ବେଳେ ସଶସ୍ତ୍ର ପୋଲିସ ମୁତୟନ ହେବେ । ପୁର୍ବରୁ ଅନଲାଇନରେ ୧୦ ହଜାର ଟିକେଟ ବିକ୍ରି ହୋଇସାରିଛି ।

ଅନ୍ୟପକ୍ଷରେ ବାରବାଟୀ ଷ୍ଟାଡିୟମର ପ୍ରସ୍ତୁତି ସମ୍ପର୍କରେ ସ୍ଥିତି ସମୀକ୍ଷା କରିବାକୁ ବୁଧବାର ସଂଧ୍ୟାରେ ପୁଲିସ୍ କମିସନର ଓ୍ଵାଇବି ଖୁରାନିଆ, ଡିସିପି ଅଖିଳେଶ୍ୱର ସିଂହ ଷ୍ଟାଡିୟମରେ ପହଞ୍ଚିଥିଲେ । ଆଭ୍ୟନ୍ତରୀଣ ସୁବିଧା ସୁଯୋଗ ବିଷୟରେ ଓସିଏ ଅଧିକାରୀଙ୍କଠୁ ପଚାରି ବୁଝିଥିଲେ । ଏଥର ଷ୍ଟାଡିୟମ ଭିତରେ ୮୫ଟି ସିସି କ୍ୟାମେରା ଲଗାଯିବାକୁ ସ୍ଥିର କରାଯାଇଛି । ସେହିପରି ୪ଟି ଆମ୍ବୁଲାନ୍ସ ଓ ଡାକ୍ତର ଦଳ ନିୟୋଜିତ ହେବେ ।

ଆଜିଠୁ ଆରମ୍ଭ ହେଉଥିବା ଟିକେଟ୍ ବିକ୍ରି ବେଳଠୁ ପୁଲିସ୍ ଫୋର୍ସଙ୍କୁ ନିୟୋଜିତ କରାଯିବ । ଏଥିସହିତ କାଉଣ୍ଟର ଟିକେଟ୍ ବିକ୍ରି ବେଳେ ମଧ୍ୟ ସଶସ୍ତ୍ର ପୁଲିସ୍ ମୁତୟନ ହେବେ । ପ୍ରାୟ ୬୫ ପ୍ଲାଟୁନ୍ ଫୋର୍ସ ମ୍ୟାଚ୍ ଦିନ ସୁରକ୍ଷା ଦାୟିତ୍ୱରେ ନିୟୋଜିତ ହେବେ ବୋଲି କମିସନର ଶ୍ରୀ ଖୁରାନିଆ ସୂଚନା ଦେଇଛନ୍ତି । କୁଇକରେସପନ୍ସ ଟିମ୍, ଓଡ୍ରାଫ୍, ସଶସ୍ତ୍ର ପୁଲିସ୍, ବୋମା ନିଷ୍କ୍ରିୟକାରୀ ଦଳ ପ୍ରମୁଖ ଖେଳାଳିଙ୍କ ସୁରକ୍ଷାରେ ରହିବେ । ବିମାନବନ୍ଦରରୁ ହୋଟେଲ୍ ଏବଂ ଷ୍ଟାଡିୟମ ପର୍ଯ୍ୟନ୍ତ ସମସ୍ତ ଯାତାୟତ ବେଳେ ଖେଳାଳି ଓ ମ୍ୟାଚ୍ ପରିଚାଳନା ଅଧିକାରୀଙ୍କୁ ପୂର୍ଣ୍ଣ ସୁରକ୍ଷା ପ୍ରଦାନ କରାଯିବ ବୋଲି କମିସନର କହିଛନ୍ତି ।