ନେତାଙ୍କ ଦାଦାଗିରି । ଟ୍ରାଫିକ୍ କନଷ୍ଟେବଳଙ୍କ ଗୋଡରେ ଚଢାଇଦେଲେ କାର୍ ।

351

କନକ ବ୍ୟୁରୋ: ବଳ, ବୟସ, କ୍ଷମତା ବଳରେ ନେତାମାନେ ଅନ୍ୟମାନଙ୍କ ଉପରେ ଦମନଲୀଳା କରୁଥିବା ଅନେକ ସମୟରେ ଦେଖାଯାଉଛି । ଉତ୍ତରପ୍ରଦେଶ ବାରାବଙ୍କିରେ ମଧ୍ୟ ଏପରି ଏକ ଘଟଣା ସାମନାକୁ ଆସିଛି । ବାରାବଙ୍କି ରାମନଗର ଇଲାକାରେ ଡ୍ୟୁଟିରେ ଥିବା ଜଣେ ଟ୍ରାଫିକ୍ କନଷ୍ଟେବଳଙ୍କ ଉପରେ କାର ଚଢାଇଦେଲେ  । ଏହା ପରେ ତାଙ୍କୁ ଓଲଟି ନାଲିଆଖି ଦେଖାଇଥିଲେ । ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ସୂଚନା ମୁତାବକ, ରାମନଗର ଇଲାକାରେ ଥିବା ଲୋଧେଶ୍ୱର ମହାଦେବଙ୍କ ଠାରେ ଜଳାଭିଷେକ କରିବାକୁ କାଉଡିଆଙ୍କ ଭିଡ ହୋଇଥିଲା । ଟ୍ରାଫିକ୍ ପୋଷ୍ଟରେ ହେଡ୍ କନଷ୍ଟେବଳ ଫିରୋଜ ଆଲମ୍ ଡ୍ୟୁଟିରେ ଥିଲେ । ଏହି ସମୟରେ ବ୍ଲକ ମୁଖ୍ୟ ଲେଖାଥିବା ଏକ କାର ଆସିଥିଲା । ହେଲେ ଭିଡ ଥିବାରୁ ଆଗକୁ ଯିବାରୁ କାରଟିକୁ ଅଟକାଇଥିଲେ କନଷ୍ଟେବଳ । ହେଲେ ଏତିକିରେ ନେତାଙ୍କ ମୁଣ୍ଡକୁ ରାଗ ଚଢିଯାଇଥିଲା । ଏବଂ ଟ୍ରାଫିକ୍ କନଷ୍ଟେବଳଙ୍କ ଗୋଡ ଉପରେ କାର ଚଢାଇଦେଇଥିଲେ । ଏତିକିରେ ତାଙ୍କ ମନ ଶାନ୍ତି ହୋଇନଥିଲା । କନଷ୍ଟେବଳଙ୍କୁ ପାଟି ନଖୋଲିବାକୁ ନାଲିଆଖି ଦେଖାଇଥିଲେ । ଦୂରରେ ଥାଇ କେହି ଜଣେ ଏହାର ଭିଡିଓ କରୁଥିଲେ ଯାହା ଏବେ ଭାଇରାଲ ହେବାରେ ଲାଗିଛି ।

 କନଷ୍ଟେବଳ ଫିରୋଜ ଆଲମଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରୁ ତାଙ୍କୁ ଜିଲ୍ଲା ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।