ଋଣ ଦେବ କହି ଠକି ଦେଲା ବ୍ୟାଙ୍କ । ୬ ଲକ୍ଷର ଋଣ ପାଇଁ କରାଇଲେ ୩ ଲକ୍ଷର ବୀମା, ପରେ ସିଭିଲ ରେକର୍ଡ ଭଲ ନଥିବା କହି ଋଣ ଦେଲେ ନାହିଁ

713

କନକ ବ୍ୟୁରୋ : ରାଜ୍ୟ ସରକାର କୃଷକଙ୍କ ସୁବିଧା ପାଇଁ ଯୋଜନା କରୁଛନ୍ତି । ଚାଷୀର ଆର୍ଥିକ ମାନଦଣ୍ଡ ବୃଦ୍ଧି ପାଇଁ ପ୍ରୟାସ କରୁଛନ୍ତି । ହେଲେ ଚାଷୀ ଉପକୃତ ହେବା ବଦଳରେ ଓଲଟା ଠକାମିର ଶିକାର ହେଉଛନ୍ତି । ଜୟପୁରରେ ଆୟୋଜିତ କୃଷି ଯନ୍ତ୍ରପାତି ମେଳାରେ କୃଷିମନ୍ତ୍ରୀଙ୍କ ସାଙ୍ଗକୁ ଜିଲ୍ଳାର ସମସ୍ତ ବିଧାୟକ ଉପସ୍ଥିତ ଥିଲେ । କୃଷକଙ୍କୁ ଏଗ୍ରୋ ସର୍ଭିସ ଯୋଜନାରେ ଚୟନ କରି, ପଚାଶ ପ୍ରତିଶତ ଛାଡ଼ରେ ରୁଣ ପ୍ରଦାନ କରିବା ପାଇଁ ମଂଚରେ ମଧୁ ବାରିକ ନାମକ ଚାଷୀଙ୍କୁ ପ୍ରମାଣ ପତ୍ର ଦେଇଥିଲେ । ହେଲେ ପରବର୍ତୀ ସମୟରେ ଋଣ ଦେଲେ ନାହିଁ ଓନଟା ବିଭିନ୍ନ ପଲ୍ିସି କରି ଟଙ୍କା ନେଉଛନ୍ତି ।

ଗତ ବର୍ଷ ଫେବୃଆରି ହୋଇଥିଲା କୃଷି ଯନ୍ତ୍ରପାତି ମେଳା । ସେହି ସମୟରେ ଜୟପୁର ବ୍ଳକର କୁନ୍ତରଖାଲ ଗାଁ ଜଣେ ଚାଷୀଙ୍କୁ ଚିହ୍ନଟ କରି ଏଗ୍ରେ ସର୍ଭିସ ସେଟଂର ଖୋଲିବା ପାଇଁ ଗୋ-ହେଡ଼ ଲେଟର ଦେଇଥିଲେ । କିନ୍ତୁ ବ୍ୟାଙ୍କ କର୍ତୁପକ୍ଷ ଋଣ ଦେବା ତ ଦୁର କଥା ଓଲଟା ଚାଷୀ ପାଖରୁ ୩ ଲକ୍ଷ ୧୩ ହଜାର ଟଙ୍କାର ଏସବିଆଇ ପଲିସି କରାଇଲେ । ପରେ ସିଭିଲ ରେକର୍ଡ଼ ଖରାପ ରହିଛି କହି ଋଣ ଦେଲେ ନାହିଁ ବୋଲି ଅଭିଯୋଗ ହୋଇଛି । ସେପଟେ ଜିଲ୍ଲା କୃଷି ଅଧିକାରୀ କହୁଛନ୍ତି ଋଣ ଦେବା କାମ ବ୍ୟାଙ୍କର ତାଙ୍କର ନୁହେଁ । ଗୋ-ହେଡ଼ ଲେଟର ଦେଇଥିବା ଅଧିକାରୀ କହୁଛନ୍ତି ଆମେ ଉଚ୍ଚ ପଦସ୍ଥ ଅଧିକାରୀଙ୍କ ନଜରକୁ ନେବୁ । ବ୍ୟାଙ୍କ କର୍ମଚାରୀ କ୍ୟାମେରା ସାମନାରେ କୌଣସି ଉତର ଦେଉନାହାନ୍ତି ।

ଚାଷୀଙ୍କ ବିକାଶ ପାଇଁ ସରକାର ଅନେକ ଯୋଜନା କରୁଛନ୍ତି କିନ୍ତୁ ଯୋଜନା ଯଦି ଏପରି ହୁଏ ଚାଷୀ କରିବ କଣ ।