ବଦଳିଛି ମାଥିଲିରେ ସ୍ୱାସ୍ଥ୍ୟକେନ୍ଦ୍ରର ଚିତ୍ର । ମୁଖ୍ୟମନ୍ତ୍ରୀଙ୍କ ଆଗରେ ଅନୁଭୂତି ବଖାଣିଲେ ବଣ୍ଡା ଯୁବତୀ ।

168

କନକ ବ୍ୟୁରୋ: ବଦଳିଛି ମାଥିଲିରେ ସ୍ୱାସ୍ଥ୍ୟକେନ୍ଦ୍ରର ଚିତ୍ର । ‘ଆମ ହସ୍ପିଟାଲ’ର ଲୋକାର୍ପଣ ଅବସରରେ ମାଥିଲିର ସ୍ୱାସ୍ଥ୍ୟକେନ୍ଦ୍ରର ଅନୁଭୂତି ମୁଖ୍ୟମନ୍ତ୍ରୀଙ୍କ ଆଗରେ ବଖାଣିଛନ୍ତି ବଣ୍ଡା ଯୁବତୀ ବୁଦାଇ ଧାଙ୍ଗଡାମାଝି । ଉଦଘାଟନ ସମାରୋହରେ ଭିଡିଓ କନଫେରେନ୍ସରେ ବଣ୍ଡା ଯୁବତୀ ବୁଦାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟରେ ନିଜର ଅନୁଭୂତି ବଖାଣିଛନ୍ତି । ବଣ୍ଡାଘାଟି ଓ ଉପାନ୍ତ ଅଞ୍ଚଳରେ ଲୋକେ ସ୍ୱାସ୍ଥ୍ୟକେନ୍ଦ୍ରରେ ଠିକ୍ ସେବା ପାଇପାରୁଥିବା କହିଛନ୍ତି ବଣ୍ଡାଘାଟିର ବୁଦାଇ ଧାଙ୍ଗଡାମାଝି ।

ମାଲକାନଗିରି ଜିଲ୍ଲା ମାଥିଲି ସବ୍-ଡିଭିଜନ ମେଡିକାଲକୁ ରୂପାନ୍ତରୀକରଣ ପରେ ‘ଆମ ହସପିଟାଲ’ ଅଧିନରେ ଏହାର ପରିବର୍ତନ କରାଯାଇଛି । ପୂର୍ବରୁ ଏଠାକାର ସ୍ୱାସ୍ଥ୍ୟସେବାର ବିକଳ ଚିତ୍ର ସାମ୍ନାକୁ ଆସିଥିଲା । ଏପରିକି ବଣ୍ଡାଘାଟି ଓ ଉପାନ୍ତ ଅଞ୍ଚଳରେ ଠିକ୍ ଭାବେ ଚିକିତ୍ସା ପାଇପାରୁନଥିଲେ । କିନ୍ତୁ ଏବେ ‘ଆମ ହସ୍ପିଟାଲ’ ଦ୍ୱାରା ଲୋକେ ସ୍ୱାସ୍ଥ୍ୟକେନ୍ଦ୍ରରେ ଠିକ୍ ସେବା ପାଇପାରୁଥିବା କହିଛନ୍ତି ବଣ୍ଡାଘାଟିର ବୁଦାଇ ଧାଙ୍ଗଡାମାଝି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ୧୫ଟି ଜିଲ୍ଲାରେ ୭୩ଟି ‘ଆମ ହସ୍ପିଟାଲ’ର ଲୋକାର୍ପଣ ହୋଇଛି । ଏହାସହ ୫ଟି ଖପଖଣ୍ଡ ଡାଏଲେସିସ୍ ସେଣ୍ଟର ଉଦଘାଟିତ ହୋଇଛି । ଏହିକ୍ରମରେ ମାଲକାନଗିରିରେ ୨ଟି ରୂପାନ୍ତରିତ ‘ଆମ ହସ୍ପିଟାଲ’ର ଶୁଭାରମ୍ଭ ହୋଇଛି । ସ୍ୱାସ୍ଥ୍ୟ କ୍ଷେତ୍ରରେ ଉନ୍ନତ ସୁବିଧା ପାଇଁ ଏହି ବ୍ୟବସ୍ଥା କରାଯାଇଛି ।