ରାସ୍ତା ଉପରେ ମହାଭାରତ । ବାଲେଶ୍ୱର ସହଦେବଖୁଂଟାରେ ରୁମ୍ ଭଡାକୁ କେନ୍ଦ୍ର କରି ମାରପିଟ୍ : ଘର ମାଲିକଙ୍କ ସ୍ତ୍ରୀ, ଝିଅ ଓ ଭଡାଟିଆଙ୍କ ମଧ୍ୟରେ ବିଚ ବଜାରରେ ଚୁଟି ଧରି ଟଣାଓଟରା

2,574

କନକ ବ୍ୟୁରୋ : ରାସ୍ତା ଉପରେ ମହାଭାରତ । ବିଚ୍ ବଜାରରେ ଚୁଟି ଧରି ଟଣାଓଟରା ।ବାଲେଶ୍ୱର ସହଦେବଖୁଂଟାରେ କୁଇନ କଲ୍ୟାଣ ମାର୍କେଟ କମ୍ପେକ୍ସରେ ଗୋଟେ ରୁମ ଭଡାକୁ ନେଇ ମାରପିଟ । ଭଡାଟିଆ ଭଡାନଦେବା ଓ ଚୁକ୍ତିପତ୍ରକୁ ନବୀକରଣ ନେଇ ଦୀର୍ଘଦିନର ବିବାଦ ଦେଖାଦେଇଥିଲା । ଘର ମାଲିକଙ୍କ ସ୍ତ୍ରୀ, ଝିଅ ଓ ଭଡାଟିଆ ବିଚ ରାସ୍ତାରେ ଉପରେ ଚୁଟି ଧରି ଟଣାଓଟରା ହୋଇଥିଲେ । ଫଳରେ ଘଟଣା ସ୍ଥଳରେ ଉତେଜନା ମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା ।

ବଜାରରେ ଉପରେ ମାରପିଟ ଦେଖି ଲୋକ ମାନେ ବୁଝାଇବାକୁ ଚେଷ୍ଟା କରିଥିଲେ । ପରେ ଉଭୟଙ୍କ ମଧ୍ୟରେ ଆପୋଷ ବୁଝାମଣା ହୋଇଥିବା ଜଣାପଡିଛି । ତେବେ ଏହି ଘଟଣା ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଅନେକ ଏହାକୁ ନିନ୍ଦା କରିଥିବା ବେଳେ ସାମାନ୍ୟ ଘଟଣାକୁ ନେଇ ରାଜରାସ୍ତାରେ ଯେପରି ଭାବରେ ତୁମୁଳକାଣ୍ଡ ହେଲା ତାହାକୁ ବୁଦ୍ଧିଜୀବି ମହଲରେ ନାପସନ୍ଦ ମଧ୍ୟ କରାଯାଇଛି ।