ଜଗତସିଂହପୁରରେ ନୟାଗଡ ଯୁବକ ମୃତ୍ୟୁ ମାମଲାରେ ପୋଲିସର ବୟାନ । ଏସଡିପିଓ କହିଲେ, ଏକତରଫା ପ୍ରେମ କରି ବିଫଳ ହେବା ପରେ ଆତ୍ମହତ୍ୟା କରିଛି କୃଷ୍ଣଚନ୍ଦ୍ର ।

824

କନକ ବ୍ୟୁରୋ : ଜଗତସିଂହପୁରରେ ନୟାଗଡ ଯୁବକର ମୃତ୍ୟୁ ମାମଲା ନେଇ ଜଗତସିଂହପୁର ପୋଲିସର ବଡ ବୟାନ । ଜଗତସିଂହପୁର ଏସଡିପିଓ କହିଲେ ଯୁବକ ଜଣଙ୍କ ଏକତରଫା ପ୍ରେମ କରି ବିଫଳ ହେବା ପରେ ଆତ୍ମହତ୍ୟା କରିଛି । ଏହି ମାମଲାରେ ଫେସବୁକ୍ ବନ୍ଧୁ, ତାଙ୍କ ବାପା ଓ ଦୁଇ ଭଉଣୀଙ୍କୁ ଉଠାଇ ନେଇ ପଚରାଉଚରା କରୁଥିଲା ପୋଲିିସ୍ ।

ଯୁବକଙ୍କ ମୃତ୍ୟୁ ପଛରେ ପ୍ରେମିକା ଓ ତାଙ୍କ ପରିବାରର ହାତ ରହିଛି କି ନାହିଁ ସେ ନେଇ ଅଧିକ ପଚରାଉଚରା କରିଥିଲା । ଯୁବକଙ୍କ ମୃତଦେହ ଉଦ୍ଧାର କରି ତଦନ୍ତ ଚଳାଇଥିବା ବେଳେ ସାମ୍ନାକୁ ଆସିଥିଲା ମୃତ୍ୟୁ ପଛର ପ୍ରେମ ସମ୍ପର୍କର କାହାଣୀ । ଫେସବୁକରେ ଜଣେ ବିବାହିତ ମହିଳାଙ୍କ ପ୍ରେମରେ ପଡିବା ପରେ ନୟାଗଡର ଯୁବକ କୃଷ୍ଣଚନ୍ଦ୍ର ଚମ୍ପତିରାୟ ଜଗତସିଂହପୁରକୁ ଆସିଥିଲେ ଓ ସେଠାରୁ ତାଙ୍କୁ ଅଧାପୋଡା ଅବସ୍ଥାରେ ଉଦ୍ଧାର କରିଥିଲେ ସ୍ଥାନୀୟ ଲୋକେ । ଏବଂ ଏହି ମୃତ୍ୟୁ ପଛରେ ତାଙ୍କ ଫେସବୁକ୍ ମହିଳା ବନ୍ଧୁଙ୍କ ହାତ ରହିଛି ବୋଲି ଅଭିଯୋଗ ଆଣିଥିଲେ ମୃତକଙ୍କ ସମ୍ପର୍କୀୟ ।