ଗଦା ଗଦା ଶବ ଭିତରେ ଜୀବିତ ଥିଲା ବିଶ୍ୱଜିତ, ମୃତ ଭାବି ଶବଗଦା ଭିତରେ ପକାଇ ଦେଇଥିଲେ ଉଦ୍ଧାରକାରୀ ଟିମ୍

1,970

କନକ ବ୍ୟୁରୋ : ଶବ ଉପରେ ଶବ ଥିଲା । ଆଉ ଶବର ମେଳରେ ଜୀବନ ଛଟପଟ ହେଉଥିଲା । କେହି ଜାଣି ବି ନଥିଲେ ଯେ, ଶବର ଗଦା ଭିତରେ ଗୋଟିଏ ଜୀବନ ବଂଚିଥିଲା । ଅଚାନକ୍୍ ଶବର ଏହି ଦଗା ଭିତରେ ଜଣଙ୍କର ହାତ ହଲିଥିଲା । ଯେଉଁ ଅବସ୍ଥାରେ ଶବ ଗୁଡ଼ିକ ରଖାଯାଇଥିଲା, କାହାରିକୁ ସନ୍ଦେହ ବି ହୋଇନଥିଲା । କିନ୍ତୁ ଜଣେ ସ୍ୱେଚ୍ଛାସେବୀଙ୍କ ମନରେ କାହିଁକି କେଜାଣି ପାପ ଛୁଇଁଥିଲା । ଶବକୁ ଅଣାଇ ଦେଖିବାରୁ ଜଣା ପଡ଼ିଥିଲା, ଜଣେ ଯୁବକଙ୍କ ଦେହରେ ଜୀବନ ଅଛି ।

୪ ଜଣ ସାଙ୍ଗଙ୍କ ସହ କାମଧନ୍ଦା ପାଇଁ ଚେନ୍ନାଇ ଯାଉଥିଲେ ବିଶ୍ୱଜିତ୍ । ହେଲେ ରାସ୍ତାରେ ଘଟିଯାଇଥିଲା ଦୁର୍ଘଟଣା । ଦୁର୍ଘଟଣା ପରେ ହୋସରେ ଥିବା ବିଶ୍ୱଜିତ୍, ଆଉ ଜଣଙ୍କ ଫୋନ୍୍ରୁ ବାପାଙ୍କୁ ଫୋନ୍ କରିଥିଲେ । ଆଉ ତାପରେ ଅଚେତ୍ ହୋଇଯିବାରୁ, ମୃତ ଆଶଙ୍କା କରି ଶବର ଗଦାରେ ରଖିଦିଆଯାଇଥିଲା । ପରେ ଜୀବନ୍ତ ଥିବା ଜାଣି ବାସୁଦେବପୁର ହସ୍ପିଟାଲକୁ ନିଆଯାଇଥିଲା ।

କରମଣ୍ଡଳ ଏକ୍ସପ୍ରେସର ଦୁର୍ଘଟଣା ଯେମିତି ଅନାଚକ୍ ଘଟିଥିଲା, ଦୁର୍ଘଟଣାସ୍ଥଳରୁ ବିଶ୍ୱଜିତ୍ ବିଶ୍ୱାଳଙ୍କ ଜୀବିତ ଉଦ୍ଧାର କରିବା ସେମିତି ଅଲୌକିକ ଥିଲା । ବିଶ୍ୱଜିତଙ୍କ କାହାଣୀ ଯିଏ ବି ଶୁଣିଛି, କିଛି କ୍ଷଣ ପାଇଁ ଆଶ୍ଚର୍ଯ୍ୟ ହୋଇଯାଉଛି ।