ପୋଲିସ ଖାଇଗଲା ଜବତ ଟଙ୍କା: କଣ୍ଟାବାଞ୍ଝି ଲଜରୁ ଜବତ ୬୦ ଲକ୍ଷ ଟଙ୍କାରେ ଅନିୟମିତତା କଥା ସ୍ପଷ୍ଟ କଲେ ବଲାଙ୍ଗିର ଏସପି

180

କନକ ବ୍ୟୁରୋ: କଂଟାବାଞ୍ଜି ଲଜରୁ ପୋଲିସର ଟଙ୍କା ଜବତ ଘଟଣାରେ ଟ୍ୱିଷ୍ଟ ଆସିଛି । ଦାଦନ ଶ୍ରମିକ ଚାଲଣ ସନ୍ଦେହରେ କଂଟାବାଞ୍ଜି ସହରର ବିଭିନ୍ନ ଲଜରେ ଶୁକ୍ରବାରଦିନ ଚଢ଼ାଉ କରିଥିଲା ପୋଲିସ । ସହରର ଏକ ଲଜରୁ ପାଖାପାଖି ୬୦ ଲକ୍ଷ ଟଙ୍କା ଜବତ ହୋଇଥିଲା । ଦାଦନ ଶ୍ରମିକ ଚାଲାଣ ପାଇଁ ଏମାନେ ଲଜରେ ରହୁଥିବା ସନ୍ଦେହ କରାଯାଉଛି । ତେବେ ପୁଲିସ ଦାଦନ ଶ୍ରମିକ ନେବା ପାଇଁ ଆସିଥିବା ଇଟାଭାଟି ମାଲିକଙ୍କୁ ଲୋକଙ୍କୁ ଜୁଆଡି ଦର୍ଶାଇ ଛାଡିଦେବା ଘଟଣା ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି

ପ୍ରତ୍ୟେକ ବର୍ଷ କଂଟାବାଞ୍ଜିରୁ ରାଜ୍ୟ ବାହାରକୁ ହଜାର ହଜାର ଲୋକେ ଦାଦାନ ଖଟିବାକୁ ଯାଇଥାନ୍ତି । ଆଉ ସେମାନଙ୍କୁ ଶାଗମାଛ ଦରରେ ନେବାକୁ ଓଡିଶା ବାହାରୁ ସର୍ଦ୍ଦାରମାନେ କୋଟି କୋଟି ଟଙ୍କା ଧରି ଆସିଥାନ୍ତି । କିନ୍ତୁ ଆନ୍ଧ୍ରରୁ ଆସଥିବା ଲୋକଙ୍କୁ ପୁଲିସ ଜୁଆଡି ଦର୍ଶାଇବା ଅନେକ ସନ୍ଦେହ ସୃଷ୍ଟି କରିଛି ।

ସେପଟେ ଲଜରୁ ଜବତ ହୋଇଥିବା ଟଙ୍କାରେ ଅନିୟମିତତା ହୋଇଥିବା କଥା ସାମ୍ନାକୁ ଆସିଛି । ଖୋଦ ବଲାଙ୍ଗିର ଏସପି ଏହା ସ୍ପଷ୍ଟ କରିଛନ୍ତି । ପ୍ରେସମିଟରେ ଜବତ ହୋଇଥିବା ଟଙ୍କା ସହ ପୋଲିସ ଦେଖାଇଥିବା ଟଙ୍କା କମ୍ ଥିବା ସ୍ୱଷ୍ଟ କରିଛନ୍ତି ଏସପି । ଲଜ୍ରେ ଚଢାଉ କରି କୋଟିଏରୁ ଅଧିକ ଟଙ୍କା ଜବତ କରିଥିବା ଜବତ ଚର୍ଚ୍ଚା ବେଉଛି । ପୋଲିସ୍ ମାତ୍ର ସାମ୍ବାଦିକ ସମ୍ମିଳନୀରେ ଜବତ ଟଙ୍କାର ପରିମାଣ କମ୍ କରି ଦର୍ଶାଇଥିବା ଅଭିଯୋଗ ହୋଇଛି । ଏହାକୁ ମାନିଛନ୍ତି ବଲାଙ୍ଗିର ଏସପି । କଂଟାବାଞ୍ଜି ପୋଲିସ ପକ୍ଷରୁ ସିଜ କରାଯାଇଥିବା ଟଙ୍କା ଓ ଏସଡିପିଓ କହିଥିବା ଟଙ୍କାର ପରିମାଣ ଭିତରେ ଯଥେଷ୍ଟ ଟଙ୍କାର ଟଙ୍କାର ତଫାତ ରହିଛି । ସଂପୂର୍ଣ୍ଣ ରିପୋର୍ଟ ଆସିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଏସପି ।

କଂଟାବାଞ୍ଜି ଲଜରେ ଚଢାଉ ବେଳେ ସେଠାରେ ୭ ଜଣ ଉପସ୍ଥିତ ଥିଲେ । ଏମାନଙ୍କ ନିକଟରୁ ପ୍ରାୟ କୋଟିଏ ଟଙ୍କାରୁ ଅଧିକ ଟଙ୍କା ଜବତ ହୋଇଥିବା ଚର୍ଚ୍ଚା ଓ ପୁଲିସ କମ ଦର୍ଶାଇବା ଘଟଣା ଅନେକ ସନ୍ଦେହ ସୃଷ୍ଟି କରିଛି । ପ୍ରଶ୍ନ ଉଠୁଛି, କଣ ସତ ଲୁଚାଇବାକୁ ଚାହିଁଛି ପୁଲିସ । ପ୍ରଶ୍ନ ଉଠୁଛି, ଏତେ ଟଙ୍କା ଜବତ ପରେ ଟଙ୍କାର ସଠିକ ତଥ୍ୟ ଦେଇଛନ୍ତି କି ସଂପୃକ୍ତ ଲୋକେ ?
– ଯଦି ସେମାନେ ଜୁଆଡି , ପୁଲିସ ସେମାନଙ୍କୁ ହଠାତ ଛାଡିଦେଲା କେମିିତି ?