ଭଙ୍ଗା ହେଉଛି ବାହାନଗା ହାଇସ୍କୁଲ  ।  ଟ୍ରେନ ଦୁର୍ଘଟଣା ପରେ ସ୍କୁଲରେ ମୃତଦେହ ରଖାଯାଇଥିବାରୁ ପିଲାମାନେ ଡରୁଥିବା ଅଭିଯୋଗ ପରେ କାର୍ଯ୍ୟାନୁଷ୍ଠାନ

4,812

କନକ ବ୍ୟୁରୋ: ଭଙ୍ଗାଚାଲିଛି ବାହାନଗା ହାଇସ୍କୁଲ । ଟ୍ରେନ ଦୁର୍ଘଟଣା ପରେ ଯେଉଁ ସ୍କୁଲ ଗୃହରେ ଶବ ଗୁଡିକୁ ରଖାଯାଇଥିଲା ତାକୁ ଏବେ ଭଙ୍ଗା ଯାଉଛି । ଗ୍ରୀଷ୍ମ ଛୁଟି ସରି ଆସୁଛି । ଖୁବଶୀଘ୍ର ସ୍କୁଲ ଖୋଲିବାକୁ ଯାଉଛି । ହେଲେ ପିଲାମାନେ ସ୍କୁଲ ଗୃହକୁ ନେଇ ଭୟଭୀତ ଅଛନ୍ତି । ପିଲାମାନେ ଡରୁଥିବାରୁ ସଂପୃକ୍ତ ସ୍କୁଲ ଘରକୁ ଭାଙ୍ଗିଦେଉଛି ପ୍ରଶାସନ । ଭଙ୍ଗାଯିବା ସମୟରେ ସ୍କୁଲ ପରିଚାଳନା କମିଟି ଉପସ୍ଥିତ ରହିଛି ।

ଗତକାଲି ବାଲେଶ୍ୱର ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନ୍ଦେ ସ୍କୁଲରେ ପହଁଚି ଅଭିଭାବକଙ୍କ ସହ ଆଲୋଚନା କରିଥିଲେ । ପିଲାଙ୍କୁ ଭୟଭୀତ ନକରାଇବାକୁ ଅନୁରୋଧ କରିବା ସହ ଛାତ୍ରଛାତ୍ରୀଙ୍କ ଭିତରେ ଅବାସ୍ତବ କଥା ନପୁରାଇବାକୁ ଅନୁରୋଧ କରିଥିଲେ । ଏହି ସମୟରେ ଶବ ରଖାଯାଇଥିବା ସ୍କୁଲ ଘରକୁ ଭାଙ୍ଗିବାକୁ ସ୍କୁଲ ପରିଚାଳନା କମିଟି ଆଗ୍ରହ ପ୍ରକାଶ କରିଥିଲା ।