ତୃପ୍ତିଙ୍କ FIR ଆଧାରରେ ବାବୁସାନ ଓ ପ୍ରକୃତିଙ୍କୁ ନୋଟିସ୍ : ଓଡିଶା ଫେରିଲେ ତୁରନ୍ତ ଥାନାରେ ହାଜର ହେବାକୁ ନିର୍ଦ୍ଦେଶ; ସେପଟେ, ସତ୍ୟନଗର ଗେଷ୍ଟହାଉସରେ ଛାନଭିନ୍

198

କନକ ବ୍ୟୁରୋ : ତୃପ୍ତିଙ୍କ ଏଫଆଇଆର ଆଧାରରେ ବାବୁସାନ ଓ ପ୍ରକୃତିଙ୍କୁ ନୋଟିସ୍ । ଓଡିଶା ଫେରିଲେ ତୁରନ୍ତ ଥାନାରେ ହାଜର ହେବାକୁ ନିର୍ଦ୍ଦେଶ । ସତ୍ୟନଗର ଗେଷ୍ଟହାଉସ ଯାଇ ତଦନ୍ତ କଲା ଖାରବେଳନଗର ଥାନା ପୋଲିସ । ଘଟଣାସ୍ଥଳରେ ପ୍ରତ୍ୟେକ୍ଷଦର୍ଶୀଙ୍କୁ ପୋଲିସ ପଚରାଉଚରା କରୁଛି । ଗତକାଲି ସକାଳେ କଣ ଘଟିଥିଲା ସେ ନେଇ ପଚରାଉଚରା କରୁଥିବା ସୂଚନା । ମୋଟ୍ ୭ଜଣଙ୍କ ବୟାନ ରେକର୍ଡ କରିଛି ପୋଲିସ । ସେପଟେ ଆଜି ତୃପ୍ତିଙ୍କ ଘରକୁ ଯିବେ ତଦନ୍ତକାରୀ ଟିମ୍ । ପୋଲିସ ତୃପ୍ତିଙ୍କ ମଉସା ଓ ମାଉସୀଙ୍କୁ ପଚରାଉଚରା କରିସାରିଛି ।

ଗତକାଲି ଖାରବେଳନଗର ଥାନାରେ ବାବୁସାନ୍‌ଙ୍କ ପତ୍ନୀ ତୃପ୍ତି ଶତପଥୀ ଉଭୟ ସ୍ବାମୀ ବାବୁସାନ୍‌ ଓ ପ୍ରକୃତି ମିଶ୍ରଙ୍କ ବିରୋଧରେ ଏତଲା ଦେଇଛନ୍ତି । ପ୍ରକୃତି ବାବୁସାନଙ୍କୁ ବଶ କରି ରଖିଥିବାରୁ ସେ ତାଙ୍କୁ ନିର୍ଯାତନା ଦେଉଛନ୍ତି ବୋଲି ଏତଲାରେ ଉଲ୍ଲେଖ କରିଛନ୍ତି । ପ୍ରାୟ ୨ ବର୍ଷ ହେଲା ତାଙ୍କ ସାଂସାରିକ ଜୀବନରେ ଝଡ଼ ସୃଷ୍ଟି ହୋଇଥିଲା । ବାବୁସାନ୍ ତାଙ୍କୁ ଟଙ୍କାଟିଏ ଦେଉନଥିଲେ, ଅଥଚ ପ୍ରକୃତିଙ୍କୁ ହୀରା ଗହଣା ଉପହାର ଦେଉଥିଲେ । ମାସ ମାସ ଧରି ଘର ଛାଡ଼ି ପ୍ରକୃତିଙ୍କ ସହ ରହୁଥିଲେ ବୋଲି ଅଭିଯୋଗରେ ଦର୍ଶାଇଛନ୍ତି । ସେହିଭଳି ତୃପ୍ତି ଗଣମାଧ୍ୟମକୁ କହିଛନ୍ତି ଯେ ୨ ବର୍ଷ ହେବ ବାବୁସାନ୍ ଓ ପ୍ରକୃତି ଲିଭ୍‌ଇନ୍‌ରେ ରହୁଥିଲେ ।

ଏନେଇ ୨୦୨୦ ସେପ୍ଟେମ୍ବର ୨୩ ଓ ୨୫ରେ ଉଭୟ ପରିବାରକୁ ନେଇ ୨ଥର ବୈଠକ ବସିଥିଲା । ମାତ୍ର ଝଗଡ଼ା ବଢ଼ିଥିଲା ସିନା କୌଣସି ସମାଧାନ ହୋଇନଥିଲା । ଉଭୟ ଦିନକୁ ଦିନ ଅଧିକ ନିକଟତର ହୋଇଥିଲେ । ଅନେକ ସମୟରେ ପ୍ରକୃତିଙ୍କ ମୁମ୍ବାଇସ୍ଥିତ ଆପାର୍ଟମେଣ୍ଟରେ ବାବୁସାନ୍ ରହୁଥିଲେ । ସେମାନେ ଗୋଆରେ ବୁଲୁଥିଲେ। ସେମାନଙ୍କୁ ୩ଥର ସେ ରେଡ୍‌ ହ୍ୟାଣ୍ଡେଡ୍‌ ଧରିଛନ୍ତି । ତେବେ ଗତ କିଛି ମାସ ହେଲା ବାବୁସାନ୍ ଆଉ ତାଙ୍କ ପାଖକୁ ଘରକୁ ଆସୁନଥିଲେ ।